Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ବର ଏହି ରାସ୍ତାରେ ଆଉ ଗଡିବନି ଗାଡି

ଭୁବନେଶ୍ୱର: ଭୁବନେଶ୍ୱରର ଏହି ରାସ୍ତାରେ ଆଉ ଗଡିବନି ଗାଡି। ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତାରେ ଗାଡି ନ ଗଡିବା ନେଇ ସୂଚନା ମିଳିଛି। ଏହି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପର୍ଯ୍ୟଟକଙ୍କ ଚଳପ୍ରଚଳ ବେଳେ କୌଣସି ପ୍ରକାର ଦୁର୍ଘଟଣା ନଘଟିବା ଲାଗି ଏପରି ପଦକ୍ଷେପ ନିଆଯାଇଛି । ଏଥିହସିତ ଭାରିଯାନ ଚଳାଚଳ ଯୋଗୁ ଐତିହ୍ୟ ସ୍ଥଳୀ ଉପରେ ପ୍ରଭାବ ପଡୁଛି। ଏ ନେଇ ଆଗକୁ ଐତିହ୍ୟସ୍ଥଳୀ ପ୍ରତି ବିପଦ ରହିଥିବା କହିଛି ପ୍ରତ୍ନତତ୍ତ୍ୱ ବିଭାଗ। ଏହାକୁ ଦୃଷ୍ଟିରେ ରଖି ଖଣ୍ଡଗିରି ଛକରୁ ଉଦୟଗିରି ନୂଆ ପାର୍କିଂ ଯାଏ ଥିବା ରାସ୍ତାରେ ସମସ୍ତ ଯାନବାହନ ଚଳାଚଳକୁ ବନ୍ଦ କରି ଦେଇଛି ପ୍ରତ୍ନତତ୍ତ୍ୱ ବିଭାଗ।

ତେବେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କାରଣ ପ୍ରତିଦିନ ଏହି ରାସ୍ତାରେ ଯାତାୟାତ କରୁଥିବା ବ୍ୟକ୍ତିଙ୍କୁ ଏବେ ଅଧିକ ବାଟ ବୁଲି ବୁଲି ଆସିବାକୁ ପଡିବ । ତେବେ ବୟସ୍କ ଲୋକଙ୍କ ସୁବିଧା ଲାଗି ବ୍ୟାଟେରୀ ଗାଡି ଚଳାଚଳର ବ୍ୟବସ୍ଥା କରିବ ବୋଲି କହିଛି ବିଭାଗ। ଏପଟେ ଯାନବାହନ ବନ୍ଦ ହୋଇଥିବାରୁ ଦୈନିକ ଯିବାଆସିବା କରୁଥିବା ଲୋକେ ଏବଂ ବ୍ୟବସାୟୀ ଅଧିକ ବାଟ ବୁଲି ବୁଲି ଆସିବା କଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ