Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ୨୦୨୩: ଭାରତୀୟ ଦଳକୁ ଜୋରଦାର ଝଟକା, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବାଦ୍ ପଡ଼ିଲେ ଶୁଭମନ ଗିଲ୍

ଚେନ୍ନାଇ: ଆଜି ଭାରତ ଚଳିତ ବିଶ୍ଵକପରେ ନିଜର ଅଭିଯାନ ଆରମ୍ଭ କରୁଛି। ପ୍ରଥମ ମୁକାବିଲାରେ ରୋହିତ ବାହିନୀ ଅଷ୍ଟ୍ରେଲିଆ ସହ ମୁକାବିଲା କରିବ। ତେବେ ମ୍ୟାଚ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଡେଙ୍ଗୁରେ ପୀଡ଼ିତ ଦଳର ତାରକା ଓପନର ଶୁଭମନ ଗିଲ୍ ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଷ୍ଟାଡିୟମ ପହଞ୍ଚିଥିବା ଟିମ୍ ବସରେ ଗିଲଙ୍କୁ ଦେଖିବାକୁ ମିଳିନାହିଁ। ଗିଲଙ୍କ ଅନୁପସ୍ଥିତିରେ ଇଶାନ କିଷନଙ୍କୁ ଆଜି ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ।

ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆଜି ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି। ଏହି ମ୍ୟାଚ୍ ଅପରାହ୍ଣ ୨ଟାରେ ଆରମ୍ଭ ହେବ। ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା କହିଥିଲେ, ଶୁଭମନ ଗିଲ୍ ସ୍ଵାସ୍ଥ୍ୟ ବିଗିଡ଼ିଛି। ଦଳ ପ୍ରବନ୍ଧକ ଓ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି। ତାଙ୍କୁ ସୁସ୍ଥ ହେବା ପର୍ଯ୍ୟନ୍ତ ସୁଯୋଗ ଦିଆଯିବ। ଆମେ ଦେଖିବାକୁ ଚାହିଁବୁ ଯେ, ମ୍ୟାଚ୍ ପୂର୍ବରୁ ସେ କେମିତି ଅନୁଭବ କରୁଛନ୍ତି।

ରୋହିତ ଶର୍ମା କହିଛନ୍ତି ଯେ, ଆଜିର ମ୍ୟାଚରେ ଭାରତ ତିନି ଜଣ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଇପାରେ। ହାର୍ଦ୍ଦିକ ପାଣ୍ଡ୍ୟା ସଂପୂର୍ଣ୍ଣ ଦ୍ରୁତ ବୋଲର ହୋଇଥିବାରୁ ଭାରତ ନିକଟରେ ତିନି ସ୍ପିନର ଓ ତିନି ଦ୍ରୁତ ବୋଲର ଖେଳାଇବାର ବିକଳ୍ପ ରହିଛି। ରୋହିତ ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ବିଶ୍ଵକପରେ ଯଦି ଖେଳାଳି ଅନଫିଟ୍ ନ ହୁଅନ୍ତି ତେବେ ୯ କିମ୍ବା ୧୦ ଜଣ ଖେଳାଳି ସମସ୍ତ ମ୍ୟାଚ୍ ଖେଳିବେ। ପରିସ୍ଥିତି ଅନୁସାରେ ଚୂଡ଼ାନ୍ତ ଏକାଦଶରେ ଗୋଟିଏ କି ଦୁଇଟି ପରିବର୍ତ୍ତନ ହୋଇପାରେ। ରୋହିତ କହିଛନ୍ତି, ଆମେ ନିଶ୍ଚିତ ଭାବେ ଏମିତି ଏକ ଦଳ ପ୍ରସ୍ତୁତ କରିବାକୁ ଚାହୁଁ ଯେଉଁଠି ଆମେ ସର୍ବଶ୍ରେଷ୍ଠ ଏକାଦଶ ଚୟନ କରି ପାରିବୁ ବୋଲି ରୋହିତ କହିଛନ୍ତି।

ଏମିତି ହୋଇପାରେ ଭାରତର ଚୂଡାନ୍ତ ଏକାଦଶ

ଇଶାନ କିଶନ, ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଅାୟର, କେଏଲ ରାହୁଲ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ଵିନ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ