ଗ୍ରାହକ ସେବାକେନ୍ଦ୍ର ରୁ ଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣା ରେ କୋର୍ଟ ଚାଲାଣ ହେଳା ଅଭିଯୁକ୍ତ ଯୁବକ।

କୋକସରା:୦୮/୧୦ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ଗ୍ରାମର ଜଗଦୀଶ ଚନ୍ଦ୍ର ସିଂ (୩୦) ଆମପାଣି ଷ୍ଟେଟ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ଏକ ଗ୍ରାହକ ସେବା କେନ୍ଦ୍ର ନିଜ ନାମରେ ଖୋଲି ବ୍ୟାଙ୍କ ସେବା ପ୍ରଦାନ କରି ଆସୁଥିଲେ। ହେଲେ ଗ୍ରାହକ ସେବାକେନ୍ଦ୍ର ରେ ଆଵାସ ଯୋଜନା, କୃଷିରୁଣ,ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ଓ ଫାଇନାନ୍ସ କମ୍ପାନୀ ରୁ ଋଣ ପାଇଥିବା ହିତାଧିକାରୀ ଓ ଅନ୍ୟ ଜମାକାରୀ ଙ୍କ ଅଜାଣତରେ ଆଧାର ସଂଯୋଗ ଥିବା ବାୟୋମେଟ୍ରିକ ଟିପଚିଂହ୍ନ ନେଇ ସେମାନଙ୍କ ଆକାଉଣ୍ଟ ରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଫେରାର ମାରିଥିଲେ।ଗ୍ରାହକ ସେବା କେନ୍ଦ୍ର ବନ୍ଦ ରହିବା ପରେ ଜମାକାରୀ ମାନେ ନିଜ ଆକାଉଣ୍ଟ ଚେକ କରିବା ବେଳକୁ ସେମାନଙ୍କ ସଞ୍ଚୟ ଜମାଖାତା ରୁ ଟଙ୍କା ନଥିବା ଜାଣିବାକୁ ପାଇଲେ। ପରେ ଏନେଇ ଜମାକାରୀ ମାନେ ଆମପାଣି ଷ୍ଟେଟ ବ୍ୟାଙ୍କ ପରିଚାଳକ ଙ୍କୁ ଅଭିଯୋଗ କରିବା ପରେ ବ୍ୟାଙ୍କ ପକ୍ଷରୁ ସମସ୍ତ ଅଭିଯୋଗ କାରୀ ଜମାକାରୀ ଙ୍କ ଏକାଉଣ୍ଟ ରୁ ଜଗଦୀଶ ସିଂ ନିଜ ଏକାଉଣ୍ଟ କୁ ପର୍ଯ୍ୟାୟ କ୍ରମେ ଟ୍ରାନ୍ସଫର ହୋଇଥିବା ଜାଣିବାକୁ ପାଇଲେ, ପରେ ବ୍ୟାଙ୍କ ମ୍ୟାନେଜର ବୈଚନ୍ଦ୍ର ବେଶ୍ରା ଗତ ୦୮/୦୮/୨୩ ରେ ଏ ସଂକ୍ରାନ୍ତରେ ଆମପାଣି ଥାନା ରେ ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଜଗଦୀଶ ଚନ୍ଦ୍ର ସିଂ ନାଁ ରେ ଅଭିଯୋଗ କରିଥିଲେ। ଆମପାଣି ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ସହ ଫେରାର ଥିବା ଜଗଦୀଶ ର ମୋବାଇଲ ଟ୍ରାକିଂ ଜାରି ରଖିଥିଲା, ଫେରାର ଯୁବକ ତାମିଲନାଡୁ ରାଜ୍ୟରେ ତ୍ରିପୁର ରେ ଥିବା ପ୍ରଥମେ ଟ୍ରାକିଂ ରେ ଜଣାପଡିବା ପରେ ଏହା ଭିତରେ ଜଗଦୀଶ ଅନ୍ୟ ସିମ କାର୍ଡ ବଦଳାଇ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଶଶୁର ଘର ରେ ଆତ୍ମଗୋପନ କରିଥିବା ନେଇ ପୋଲିସ ଖବର ପାଇ ଏକ ଟିମ ଗଠନ କରି ପାଟଣାଗଡ ରୁ ଜଗଦୀଶ କୁ ଗିରଫ କରିଥିଲା ଆମପାଣି ପୋଲିସ। ଗିରଫ କରି ଆମପାଣି ଥାନା ରେ ଆଣି ଅଟକ ରଖି ପଚରାଉଚୁରା କରିବା ପରେ ସମସ୍ତ ତଥ୍ୟ ହସ୍ତଗତ କରିଛି ପୋଲିସ। ଅଭିଯୁକ୍ତ ନିକଟରୁ ନଗଦ ୧ ଲକ୍ଷ ଟଙ୍କା ଓ ଏକ ମୋବାଇଲ ଫୋନ ଜବତ କରିଛି। ମୋଟ ୨୬ ଜଣ ଜମାକାରୀ ଙ୍କ ୮ ଲକ୍ଷ ୧୪ ହଜାର ୫ ଶହ ଟଙ୍କା ହଡପ କରିଛି ଅଭିଯୁକ୍ତ ଜଗଦୀଶ ଚନ୍ଦ୍ର ସିଂ।ରବିବାର ଅଭିଯୁକ୍ତ ଜଗଦୀଶ ଚନ୍ଦ୍ର ସିଂ କୁ କୋର୍ଟ ଚାଲାଣ କରିଛି ଆମପାଣି ପୋଲିସ, ଏନେଇ ଆମପାଣି ଥାନା କେଶ ନମ୍ବର ୭୧/୨୩ ରୁଜୁ ହୋଇଛି ଏନେଇ ତଦନ୍ତକାରୀ ପୋଲିସ ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୁଚନା ଦେଇଛନ୍ତି।