Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାହାନଗା ଟ୍ରାଜେଡିର ମୃତଦେହର ହେବ ସତ୍କାର, ଆଉ ଫ୍ରିଜରେ ରଖାଯାଇ ପାରିବ ନାହିଁ: ଏମ୍ସ

ଭୁବନେଶ୍ଵର: ବାହାନଗା ଟ୍ରେନ ଦୁର୍ଘଟଣାରେ ଚିହ୍ନଟ ହୋଇ ପାରି ନ ଥିବା ୨୮ଟି ମୃତଦେହର ସତ୍କାର କରାଯିବ। ଏ ନେଇ ଭୁବନେଶ୍ଵର ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ଵାସ ସୂଚନା ଦେଇଛନ୍ତି। ସତ୍କାର ପ୍ରକ୍ରିୟାରେ ସିବିଆଇ, ବିଏମସି, ଏମ୍ସ ଓ ରାଜ୍ୟ ସରକାର ସାମିଲ୍ ହେବେ। ତେବେ କେଉଁ ତାରିଖରେ ଶବ ସତ୍କାର ହେବ ତାରିଖ ଧାର‌୍ୟ୍ୟ ହୋଇ ନାହିଁ। ସବୁ ସରକାରୀ ନିୟମ ଅନୁପାଳନ କରାଯିବ। ଏମ୍ସ ନିର୍ଦ୍ଦେଶକ କହିଛନ୍ତି, ଏହା ଭିତରେ ଯଦି କେହି ସଂପର୍କୀୟ ଆସିବେ ମୃତଦେହ ଦିଆଯିବ। ମୃତଦେହଗୁଡ଼ିକ ଫ୍ରିଜରେ ରହିବାର ଷ୍ଣ ମାସ ହୋଇ ଗଲାଣି। ଆଉ ଅଧିକ ସମୟ ରହି ପାରିବନି।

ସୂଚନାଯୋଗ୍ୟ, ଗତ ଜୁନ୍ ୨ ତାରିଖରେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏମ୍‌ସକୁ ୨ଟି ପର୍ଯ୍ୟାୟରେ ୧୬୨ଟି ମୃତଦେହ ଆସିଥିଲା। ଅନେକ ମୃତକଙ୍କ ଦାବିଦାର ଥିବାରୁ ଡିଏନଏ ନମୁନାକୁ ବିକଳ୍ପ ଭାବେ ଗ୍ରହଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଚିହ୍ନଟ ପରେ ୫୩ ମୃତକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବ େ ବର୍ତ୍ତମାନ ୨୮ ମୃତଦେହ ପଡ଼ିରହିଛି । ଏ ଯାଏ କେହି ଦାବିଦାର ଅାସି ନାହାନ୍ତି। ଯାହାର ଏବେ ଅନ୍ତିମ ସଂସ୍କାର ହେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

More Stories