Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ବିଭାଗ ଅଧକ୍ଷଙ୍କ ଜମନକିରା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ

ଜମନକିରା : ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଅଧ୍ୟକ୍ଷ ଅବାନିକାନ୍ତ ସାହୁ ଆଜି ଜମନକିରା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଫେରି ଯାଇଛନ୍ତି। ତାଙ୍କ ଆଗମନ ପୂର୍ବରୁ ବ୍ଲକ ପ୍ରଶାସନ ଠିକରେ ପ୍ରଚାର ପ୍ରସାର କରି ନଥିବାରୁ ପିଆରଆଇ ପ୍ରତିନିଧି, ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧି ଠିକରେ ପହଞ୍ଚି ପାରି ନଥିବା ଯୋଗୁଁ କମିଶନର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଆଗକୁ ଯେମିତି ଏଭଳି ସମସ୍ୟା ନହୁଏ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ତାଗିଦ କରିଥିଲେ।
ସୂଚନା ଯୋଗ୍ୟ ଯେ, ଆଜି ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଅଧ୍ୟକ୍ଷ ଶ୍ରୀ ସାହୁ ଜମନକିରା ବ୍ଲକର କଟଙ୍ଗପାଣୀ ଏବଂ ବଡ଼ମାଳ ପଞ୍ଚାୟତ ଗସ୍ତ କରି ସେବାଶ୍ରମ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ। ତେବେ ପୂର୍ବରୁ ବ୍ଲକ ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ଉକ୍ତ ପଞ୍ଚାୟତରେ ଭେଟିବାକୁ ଆସିଥିବା ଲୋକେ ବ୍ଲକ ଏବଂ ପଞ୍ଚାୟତ ସପକ୍ଷରେ କହିବାରୁ ଅଧ୍ୟକ୍ଷ ଅଚାନକ ଏକ ସ୍କୁଲକୁ ପରିଦର୍ଶନରେ ଯିବା ବୋଲି କହିଥିଲେ। ତାପରେ ଅଚାନକ ଭାବେ ଷଣ୍ଢପଥର ସ୍କୁଲକୁ ପହଞ୍ଚି ସମସ୍ତ ଅସୁବିଧା ସୁବିଧା ବୁଝି ଦେଖିଥିଲେ। ପରେ ବ୍ଲକ ସମ୍ମିଳନୀ କକ୍ଷରେ ଏକ ରିଭ୍ୟୁ ମିଟିଂ କରାଯାଇଥିଲା। ଆଉ ପିଆରଆଇ ମେମ୍ବର ଙ୍କୁ ଖୋଜା ପଡ଼ିଥିଲା। ମାତ୍ର ପ୍ରଚାର ପ୍ରସାର ଠିକରେ ହୋଇ ନଥିବା ଯୋଗୁଁ କେବଳ ଜଣେ ଦିଜଣ ସମିତି ସଭ୍ୟ ସଭ୍ୟା ଏବଂ ହାତଗଣତି ୩ ରୁ ୪ ଜଣ ୱାର୍ଡ ସଭ୍ୟ ସଭ୍ୟା ଆସିଥିଲେ। ଏହାକୁ ଦେଖି ଅଧକ୍ଷ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଜନ ପ୍ରତିନିଧି ମାନେ ସାଧାରଣ ବଣ୍ଟନରେ ବ୍ଲକ ଯୋଗାଣ ଅଧିକାରୀଙ୍କ ଦୁର୍ନୀତି କାର୍ଯ୍ୟ ଏବଂ ସଦାବେଳେ ଅନୁପସ୍ଥିତି ରହୁଥିବା କୁ ନେଇ ଅଭିଯୋଗ କରିଥିଲେ। ଏହା ଶୁଣି ଅଧ୍ୟକ୍ଷ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବା ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି। ଆଜିର ପରିଦର୍ଶନ ସମୟରେ ଉପ-ଜିଲ୍ଲାପାଳ କୁଚିଣ୍ଡା ବିଭୂତି ଭୂଷଣ ନାଏକ, ବିଡ଼ିଓ ପ୍ରସନ୍ନ କୁମାର ପଟେଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ,ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ, ତହସିଲଦାର ଜମନକିରା ବ୍ରଜକିଶୋର ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୀତାଞ୍ଜଳି ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜୟଶ୍ରୀ ଦୋରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାୟକ, ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଐଶ୍ରର୍ଯ୍ୟ ନାୟକ ପ୍ରମୁଖଙ୍କ ସମେତ ଜିଲ୍ଲା, ଉପଖଣ୍ଡ ଏବଂ ଜମନକିରା ବ୍ଲକ ଅଧୀନରେ କାର୍ଯ୍ୟ କରୁଥିବା ବିଭିନ୍ନ ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟକ୍ଷ ଏକ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରସଙ୍ଗ ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।