Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାହାନଗା ଟ୍ରାଜେଡି: ଚାରି ମାସର ଅପେକ୍ଷା ପରେ ମୁକ୍ତି ପାଇଲା ୨୮ ଶବ, ଭରତପୁର ଶ୍ମଶ୍ମାନରେ ହେଲା ଅନ୍ତିମ ସଂସ୍କାର

ଭୁବନେଶ୍ୱର: ଦୀର୍ଘ ଚାରି ମାସର ଅପେକ୍ଷା ପରେ ଶେଷରେ ମୁକ୍ତି ପାଇଲେ ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ । ଏମ୍ସରେ ସଂରକ୍ଷିତ ଥିବା ସମସ୍ତ ୨୮ ଟି ମୃତଦେହକୁ ଭରତପୁର ଶ୍ମଶାନରେ ଅନ୍ତିମ ସତ୍କାର କରିଛି ବିଏମସି । ସମସ୍ତ ୨୮ ମୃତଦେହ ଏମ୍ସ କର୍ତ୍ତୃପକ୍ଷ ବିଏମସିକୁ ହସ୍ତାନ୍ତର କରିଥିଲେ।

ପୂର୍ବ ନିଷ୍ପତ୍ତି ଅନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ ୪.୩୦ରେ ବିଏମ୍‌ସିର ସ୍ଵତନ୍ତ୍ର ଗାଡ଼ି ଜରିଆରେ କଣ୍ଟେନର ସହିତ ପ୍ରଥମ ୩ଟି ଶବକୁ ଏମ୍‌ସରୁ ଭରତପୁର ମଶାଣିକୁ ନିଆ ଯାଇଥିଲା। ସେଠାରେ ବିଧି ବ୍ୟବସ୍ଥା ଅନୁସାରେ ଅନ୍ତିମ ସଂସ୍କାର କାର୍ଯ୍ୟ କରାଯାଇଛି। ଏହାପରେ ଗୋଟିଏ ପରେ ଶବ ବାହକ ଗାଡ଼ିରେ ଏମ୍‌ଏସରୁ ଭରତପୁର ମଣାଶିକୁ ଶବ ଅଣାଯାଇ ପୂର୍ଣ୍ଣ ସମ୍ମାନର ସହିତ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ଭରତପୁର ମଶାଣିରେ ପ୍ରଦୀପ ପୃଷ୍ଟିଙ୍କ ନେତୃତ୍ବରେ ୫ ଜଣ ମହିଳାଙ୍କ ସହିତ ୧୨ ଜଣିଆ ଦଳ ଏହି କାର୍ଯ୍ୟ ସଂପାଦନ କରିଛନ୍ତି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ଵାସଙ୍କ ତତ୍ତ୍ବାବଧାନରେ ଏମ‌୍‌ସ ଅଧୀକ୍ଷକ ପ୍ରଫେସର ଦିଲ୍ଲୀପ ପରିଡ଼ା ଏବଂ ଆନାଟୋମି ବିଭାଗର ଅତିରିକ୍ତ ପ୍ରଫେସର ପ୍ରଭାସ ତ୍ରିପାଠୀଙ୍କ ଉପସ୍ଥିତିରେ ଶବ ହସ୍ତାନ୍ତରଣ କାର୍ଯ୍ୟ ସମ୍ପନ୍ନ ହେବା ପରେ ଅନ୍ତିମ ସଂସ୍କାର କରାଯାଇଛି।  

ସୂଚନାଯୋଗ୍ୟ, AIIMS ଭୁବନେଶ୍ୱର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଦୁଇଟି ପର୍ଯ୍ୟାୟରେ ୧୬୨ମୃତଦେହ ଗ୍ରହଣ କରିଥିଲା। ପ୍ରଥମ ପର୍ଯ୍ୟାୟରେ ୮୧ଟି ମୃତଦେହ ସେମାନଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଏକାଧିକ ଦାବିଦାର ଏବଂ ଅନ୍ୟାନ୍ୟ ସମସ୍ୟା ହେତୁ ଶରୀରର ଡିଏନଏ ନମୁନା ତଥା ଦାବିଦାରଙ୍କୁ ମେଳ ପାଇଁ ନୂଆଦିଲ୍ଲୀ ପଠାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଶରୀର ହସ୍ତାନ୍ତର ପ୍ରକ୍ରିୟାରେ, ଏମ୍ସରେ ୨୮ଟି ଶରୀର ସଂରକ୍ଷିତ କରାଯାଇଥିଲା । ଚାରି ମାସର ଅପେକ୍ଷା ପରେ କୌଣସି ଦାବିଦାର ନଅାସିବାରୁ ଶେଷରେ ସବୁ ଶବର ଅନ୍ତିମ ସଂସ୍କାର କରାଯାଇଛି।

More Stories