Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନ ଶକ୍ତି ‘ସ୍କୁଟ’ର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ- ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି

ଭୁବନେଶ୍ଵର: ଲୋକସେବା ଭବନରେ ବୁଧବାର ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା ସଶକ୍ତିକରଣରେ ଆଜିର ଦିନଟି ବେଶ ଗୁରୁତ୍ଵପୂର୍ଣ୍ଣ। ମାଆମାନେ ଭଲ କାମ କରୁଛନ୍ତି। ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି। ୧୫ ହଜାର ମାଆ ପାଇଛନ୍ତି ସ୍କୁଟର। ଆଗକୁ ଆଉ ୨ ଲକ୍ଷ ମାଆ ସ୍କୁଟର ପାଇବେ।

ଏଣେ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଏହି କାର୍ଯ୍ୟକ୍ରମରେ କହିଛନ୍ତି, ଏହା ଏକ ଏକ ଯୁଗାନ୍ତକାରୀ ପଦକ୍ଷେପ। ମିଶନଶକ୍ତି ସ୍କୁଟର ଯୋଜନାରେ ୫୨୮ କୋଟି ଟଙ୍କାର ସୁଧ ଋଣ ଛାଡ଼ ହେବ। ସ୍କୁଟର ମାଆମାନଙ୍କ ପାଇଁ ଏକ ପ୍ରତୀକ। ଅଫିସ କମ୍ପ୍ଲେକ୍ସ ଓ ମାର୍କେଟ ବିଲ୍ଡିଂ ପାଇଁ ପ୍ରତି ପଞ୍ଚାୟତକୁ ୩୦ ଲକ୍ଷ ଲେଖାଏଁ ଟଙ୍କା ଦିଆଯାଇଛି । ୨ ଲକ୍ଷ ଗ୍ରୁପକୁ ୧୫୦ କୋଟିର ସୁଧ ଫେରସ୍ତ କରାଯାଇଛି।  ମିଶନ ଶକ୍ତିରେ ମହିଳା ଘରୁ ବାହାରି ନିଜର ପରିଚୟ ସୃଷ୍ଟି କରିବେ ବୋଲି ସୁଜାତା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ