Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମୃଦ୍ଧ ଓଡିଶା ଗଠନ ବିଜେଡି ର ଲକ୍ଷ୍ୟ, କୋକସରା ବ୍ଲକ ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ।

ଧର୍ମଗଡ଼:୧୧/୧୦ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଠାରୁ ଡ଼ହଗାଁ ପଞ୍ଚାୟତ ପର୍ଯ୍ୟନ୍ତ ବୁଧବାର ବିଜୁ ଜନତା ଦଳ ପକ୍ଷରୁ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଡ଼ହଗାଁ ଧାନ ମଣ୍ଡି ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଉପସ୍ଥିତ ନେତୃବୃନ୍ଦ ନବୀନ ସରକାର ଙ୍କ ଶାସନ ରେ ଓଡିଶା ରାଜ୍ୟରେ ଯୁଗାନ୍ତକାରୀ ପରିବର୍ତ୍ତନ ହୋଇଛି, ଲୋକଙ୍କ ସାମାଜିକ ସ୍ଥିତି ସୁଦୃଢ଼ ହେବାସହ ଆର୍ଥିକ ସ୍ଥିତି ରେ ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରେ ଜନ ସାଧାରଣ ଉପକୃତ ହେଉଛନ୍ତି। ଓଡିଶା ରାଜ୍ୟ ଆଜି ପ୍ରତିଟି କ୍ଷେତ୍ରରେ ଆଗେଇଛି। ସମୃଦ୍ଧ ଓ ବିକଶିତ ଓଡିଶା ଗଠନ କରିବା ମୁଲଲକ୍ଷ୍ୟ ବୋଳି ନେତୃବୃନ୍ଦ କହିଛନ୍ତି।ଏହାସହ ବିଜେଡି ସରକାର ଙ୍କ ଜନ କଲ୍ୟାଣ ଓ ଲୋକାଭିମୁଖୀ ଯୋଜନା ର ବାର୍ତ୍ତା ନେଇ ଜନ ସମ୍ପର୍କ ପଦଯାତ୍ର ଅନୁଷ୍ଠିତ ହୋଇଛି। ଏହି ପଦଯାତ୍ରା ରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ ,ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧକ୍ଷ୍ୟା ମନୀଷା ମିଶ୍ର, ମୋଟେର ଯୋନ।ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝି, ବ୍ଲକ ସଭାପତି ଶୁସାନ୍ତ ବେହେରା, ଜିଲ୍ଲା ବିଜେଡି ଏସ ଟି ସେଲ ସଭାପତି ସୁଶିଳ କୁମାର ଶବର, ମୂଷାପାଲି ସରପଞ୍ଚ ଅକ୍ଷୟ କୁମାର ନାଏକ, ଡ଼ ହ ଗାଁ କୃଷି ସମବାୟ ସଭାପତି ବ୍ରଜ କିଶୋର ନାଏକ, ବିଜୁ ଛାତ୍ର ଜନତା ସଭାପତି ମାନସ ବେହେରା,ପଞ୍ଚାୟତ ସଭାପତି ଲଳିତ ମିଶ୍ର, ଯୁବରାଜ ନାଏକ, ଅଶୋକ କୁମାର ପୁଝାରି, କୁମୁଦ ବେହେରା,ପ୍ରଶାନ୍ତ ତିବାରି, ପ୍ରଦୀପ କୁମାର ସାହୁ,ଶଶାଙ୍କ ପୁରୋହିତ,ଦିଗାମ୍ବର ନାଗ,ସମେତ ଶତାଧିକ ବିଜେଡି ଦଲୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।