Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ- ଏହା ଗାଁ ଗାଁରେ ସମୃଦ୍ଧି ଆଣିବ

ମାଲକାନଗିରି: ରାଜ୍ୟର ଗମନାଗମନରେ ଯୋଡ଼ି ହେଲା ଆଉ ଏକ ଅଧ୍ୟାୟ। ଗୁରୁବାର ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବ। ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍ ସେବା ଯୋଡ଼ିବ। ଏହି ଯୋଜନା ଘରେ ଘରେ ଖୁସି ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ ଅବସରରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଗାଁ ଗାଁରେ ସମୃଦ୍ଧି ଆଣିବ ଓ ଅର୍ଥନୀତିକୁ ସୁଦୃଢ କରିବ। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ । ମାଲକାନଗିରି ମୋର ବହୁତ ପ୍ରିୟ। ଓଡ଼ିଶା ବିକାଶର ଲଞ୍ଚିଂ ପ୍ୟାଡ଼୍ ହେଉଛି ଏହି ଅଞ୍ଚଳ। ଆଗକୁ ଅନ୍ୟ ଜିଲ୍ଲାରେ ମଧ୍ୟ ଖୁବ ଶୀଘ୍ର ଲକ୍ଷ୍ମୀ ବସ୍ ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ୍ ସେବା ସାମିଲ ହେବ ।

ମାଲକାନଗିରି ପରେ କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ମିଳିବ। ଶୀତତାପ ନିୟନ୍ତ୍ରିତ ବସରେ ସୁବିଧାରେ ଯାତ୍ରା କରିବେ ଲୋକେ। ଏହି ବସରେ ବରିଷ୍ଠ ନାଗରିକ ଓ ମହିଳାଙ୍କୁ ମିଳିପାରେ ରିହାତି ସୁବିଧା। ଆପ୍ ମାଧ୍ୟମରେ ବସର ଲୋକେସନ ଜାଣିହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ