Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଡିଗ୍ରୀ କଲେଜରେ “ମେରି ମିଟ୍ଟୀ ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋକସରା:୧୩/୧୦ କଳାହାଣ୍ଡି ଜିଲ୍ଲା କୋକସରା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଜାତୀୟ ସେବା ଯୋଜନା ଏନଏସଏସ ମିଳିତ ଆନୁକୂଲ୍ୟରେ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ଅଧ୍ୟକ୍ଷତାରେ ମେରି ମିଟ୍ଟୀ ମେରା ଦେଶ,ମାଟି କୋ ନାମନ ବିରୋ କୋ ବନ୍ଦନ ଅମୃତ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଶ ମାତୃକା ପାଇଁ ସହିଦ ହୋଇଥିବା ବିର ଯବାନ ଙ୍କ ଉଦେଶ୍ୟ ରେ ଅମୃତ ବାଟିକା ନିର୍ମାଣ କରାଯିବ ସେ ନେଇ ଦେଶ ର ବିଭିନ୍ନ ପ୍ରାନ୍ତଃ ରୁ ମାଟି ସଂଗ୍ରହ କରି ପଠାଯିବ। ଏହି କ୍ରମରେ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସୁସଜ୍ଜିତ କଳସରେ ଘର ଘର ବୁଲି ମାଟି ସଂଗ୍ରହ କରିଛନ୍ତି । ଏହା ଦେଶର ବୀର ସହୀଦ ଯବାନ ମାନଙ୍କ ପ୍ରତି ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ବୋଳି ଛାତ୍ରଛାତ୍ରୀ ମାନେ କହିଛନ୍ତି ।କାର୍ଯ୍ୟକ୍ରମ ରେ ଏନଏସଏସ ପ୍ରୋଗ୍ରାମ ଅଫିସର ତଥା ଅଧ୍ୟାପକ ଐରି ନାସନ ଚିନ୍ଦା, ଅଧ୍ୟାପକ ସୁବ୍ରତ କୁମାର ବେହେରା, ଜଗନ ଚନ୍ଦାନି, ଏନସିସି କ୍ୟାପେଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ଅଧ୍ୟାପିକା କନକ ମଞ୍ଜରୀ ବେହେରା, ବେଦମୟୀ ବାରିକ, ଶୁଭଶ୍ରୀ ସାହୁ, କ୍ରୀଡା ଶିକ୍ଷକ ପ୍ରତାପ ଚନ୍ଦ୍ର ବିଶି ଓ ଡିଗ୍ରୀ ମହାବିଦ୍ୟାଳୟ ର କର୍ମଚାରୀ ସହଯୋଗ କରିଥିଲେ।