Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାବରଙ୍କ ସାମ୍ନାରେ କୁଲଦୀପ ଯାଦବ, ରୋହିତଙ୍କୁ ଶାହିନ ବିପଦ; ମହାମୁକାବିଲା ପୂର୍ବରୁ ଜାଣନ୍ତୁ ୫ ରୋଚକ ତଥ୍ୟ

ଅହମ୍ମଦାବାଦ: ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମହାମୁକାବିଲା ଆଉ କିଛି ସମୟ ପରେ ଆରମ୍ଭ ହେବ। ଦୁଇ ଦଳ ନିଜ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଆତ୍ମ ବିଶ୍ଵାସର ମଇଦାନକୁ ଓହ୍ଲାଇବେ। ତେଣୁ ଆଜିର ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ବିଶ୍ଵକପ୍ ଇତିହାସରେ ପାକିସ୍ତାନ କେବେ ବି ଭାରତ ବିପକ୍ଷରେ ବିଜୟ ହାସଲ କରି ପାରିନାହିଁ। ବିଶ୍ଵକପର ୧୨ତମ ମ୍ୟାଚ୍ ପୂର୍ବରୁ ଜାଣନ୍ତୁ ୫ ରୋଚକ ତଥ୍ୟ…

କୁଲଦୀପ ଯାଦବ ବାବର ଆଜମଙ୍କୁ ୧୮ ବଲରେ ଦୁଇ ଥର ଆଉଟ୍ କରିଛନ୍ତି। ଏମିତିରେ ପାକିସ୍ତାନର ଅଧିନାୟକଙ୍କ ପାଇଁ ଆଜିର ମ୍ୟାଚରେ ମଧ୍ୟ କୁଲଦୀପ ଯାଦବ ବଡ଼ ଚ୍ୟାଲେଞ୍ଜ ହୋଇ ପାରନ୍ତି।

୨୦୨୧ରୁ ଏ ପର୍ଯ୍ୟନ୍ତ ରୋହିତ ଶର୍ମା ପାଓ୍ଵାର ପ୍ଲେ ସମୟରେ ୧୩ଟି ଇନିଂସରେ ୫ ଥର ବାମହାତୀ ଦ୍ରୁତ ବୋଲରଙ୍କ ଶିକାର ହୋଇଛନ୍ତି। ଏମିତିରେ ଆଜି ଶାହିନ ଶାହ ଆଫ୍ରିଦି ରୋହିତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରି ପାରନ୍ତି।

୨୦୨୨ ଆରମ୍ଭରୁ ଏ ଯାଏ ଦିନିକିଆ କ୍ରିକେଟର ପାଓ୍ଵାରପ୍ଲେରେ ସବୁଠୁ ଉନ୍ନତ ଷ୍ଟ୍ରାଇକ୍ ରେଟ୍ ଭାରତୀୟ ବୋଲରଙ୍କ ରହି ଆସିଛି। ଭାରତୀୟ ବୋଲର ପ୍ରତି ୩୨.୫ ବଲ ପରେ ଓ୍ଵିକେଟ୍ ନେଇ ଆସିଛନ୍ତି।

ଇମାମ ଉଲ ହକ ନିକଟରେ ଦ୍ରୁତତମ ୩୦୦୦ ରନ ସଂଗ୍ରହ ମାମଲାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି, ମାତ୍ର ବିଶ୍ଵକପରେ ୭ଟି ଇନିଂସରେ ସେ ୫ ଥର ସଟ୍ ପିଚ୍ ବଲରେ ଆଉଟ୍ ହୋଇଛନ୍ତି। ଏମିତିରେ ଭାରତୀୟ ଦ୍ରୁତ ବୋଲର ତାଙ୍କ ବିରୋଧରେ ଏହି ରଣନୀତି ଆପଣାଇ ପାରନ୍ତି।

ବାବର ଆଜମ ଗତ ୫ଟି ଇନିଂସରେ ମାତ୍ର ୭୧ ରନ କରିଛନ୍ତି। ଏହି ସମୟରେ ତାଙ୍କର ବ୍ୟାଟିଂ ହାର ୧୪ ରହିଛି। ତାଙ୍କର ଖରାପ ଫର୍ମ ପାକିସ୍ତାନ ପାଇଁ ବଡ଼ ଚିନ୍ତାର କାରଣ ପାଲଟିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ