Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଉଇସଡ଼ମ ପାର୍କରେ ସାଇବର ଅପରାଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି:1୫/୧୦ ବର୍ତ୍ତମାନ ସମୟର ସମାଜରେ ସମସ୍ତ ବର୍ଗର ଲୋକ ଦୈନନ୍ଦିନ ଜୀବନରେ ମୋବାଇଲ ଓ ଇନ୍ ଟର୍ ନେଟ ବ୍ୟବହାର କରୁଛନ୍ତି । ଏହା ଯେତିକି ସୁବିଧା ଜନକ ସେତିକି ହାନିକାରକ ।ସଠିକ ଭାବେ ଏହାର ବ୍ୟବହାର ନକଲେ ବେଳେ ବେଳେ ଆମକୁ ସାଇବର ଠକାମିର ଶିକାର ହେବାକୁ ପଡ଼େ । ତେଣୁ ଏହି ଉପରେ ବିଦ୍ୟାର୍ଥୀ ମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ବିକାଶ ଉଇସଡ଼ମ ପାର୍କ ପରିସରରେ ଏକ ସାଇବର ଅପରାଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭବାନୀପାଟଣା ସାଇବର ଅପରାଧ ନିୟନ୍ତ୍ରଣ ଶାଖାର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡି ଏସ ପି ଅଳକାନନ୍ଦା ସାହୁ ,ସବ ଇନ୍ସପେକ୍ଟର୍ ଚନ୍ଦନ ସାହୁ , ସବ ଇନ୍ସପେକ୍ଟର୍ ଟୁନା ସେଠୀ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମୋବାଇଲ ବ୍ୟବହାର କରିବା ସମୟରେ କିପରି ସଚେତନ ହେବେ ସେ ଦିଗରେ ବିଶେଷ ଭାବରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଯାଇ ଥିଲା। ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।