Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବରାତ୍ରି ଦୁର୍ଗାପୂଜା ଉପଲକ୍ଷେ କଳସ ଯାତ୍ରା ଓ ପୂଜାରମ୍ଭ : ପ୍ରଥମ ଦିନରୁ ହିଁ ଭକ୍ତଙ୍କ ସମାଗମ ବୃଦ୍ଧି ପାଉଛି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ଆରମ୍ଭ ହୋଇଛି ନବରାତ୍ରୀ ଦୁର୍ଗାପୂଜା l ଏହି ଅବସରରେ ମା ‘ପାଟଖଣ୍ଡା ଙ୍କ ମନ୍ଦିର ରୁ ସମସ୍ତେ ଏକତ୍ରିତ ହୋଇ କଳସଯାତ୍ରା ନିମନ୍ତେ ଖଡଗନଦୀକୁ ଯାଇଥିଲେ । ନଦୀ ତଟରେ ରିତିନିତି ପ୍ରକାରେ ପୁଜାର୍ଚ୍ଚନା କରି ଶତାଧିକ ମହିଳା ମୁଣ୍ଡରେ କଳସ ଧରି ପୁଣି ମନ୍ଦିର ଅଭିମୁଖେ ବାହାରିଥିଲେ । ଏହି କଳସ ଯାତ୍ରାରେ ବାଲିଗୁଡାର ନୁଆସାହି ସ୍ଥିତ ଦୁର୍ଗା ମନ୍ଦିର ସମେତ ନିକଟରେ ଥିବା ସମସ୍ତ ମନ୍ଦିରକୁ ଯାଇ ଦେବାଦେବୀ ଙ୍କୁ ନିମନ୍ତ୍ରିତ କରି ପାଟଖଣ୍ଡା ମନ୍ଦିିରକୁ ଆସିଥିଲେ । ରବିବାର ନବରାତ୍ର ପୂଜା ଆରମ୍ଭରେ ସୂର୍ଯ୍ୟପୂଜା ସାଙ୍ଗକୁ ମା’ ଶୈଳପୁତ୍ରୀଙ୍କ ପୂଜା ହୋଇଥିଲା। ପରେ ମୃଣ୍ମୟୀ ଦେବୀଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଥିଲା। ମା’ଙ୍କ ଦର୍ଶନ ପାଇଁ ପ୍ରଥମ ଦିନରୁ ହିଁ ଭକ୍ତଙ୍କ ଜନସମାଗମ ବୃଦ୍ଧି ପାଇବାରେ ଲାଗିଛି । ପୂଜାରେ ପୁରୋହିତ ଭାବେ ବିଷ୍ଣୁ ପ୍ରସାଦ ରଥ, ପୁର୍ଣ୍ଣଚନ୍ଦ୍ର ଶତପଥୀ, ରାମକୃର୍ଷ୍ଣ ଆଚାର୍ଯ୍ୟ ଓ ଦେବାଶିଷ ରଥ ରହିଥିବା ବେଳେ କର୍ତ୍ତା ଭାବେ ନାରାୟଣ ପଣ୍ଡା ଓ ତାଙ୍କର ସ୍ତ୍ରୀ ନର୍ମଦା ପଣ୍ଡା ରହି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ନବରାତ୍ରି ଦୁର୍ଗାପୂଜାରେ ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପୂଜାରେ ସହଯୋଗ କରୁଛନ୍ତି। ସେହିପରି ସ୍ଥାନୀୟ ମା ‘ବରାଳ ଦେବୀ ପୀଠରେ ମଧ୍ୟ ନବରାତ୍ର ପୂଜା ଆରମ୍ଭ ହୋଇଛି।ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ, ଶାରଦୀୟ ଦୁର୍ଗାପୂଜାରେ ଯେଉଁ ଭକ୍ତ ନିଷ୍ଠାର ସହ ମା’ଙ୍କୁ ଆରାଧନା କରନ୍ତି ସେମାନଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ପ୍ରତ୍ୟେହ ଚଣ୍ଡୀପାଠ, ହୋମ, ଆଳତୀ, ବିଭିନ୍ନ ବେଶ, ସ୍ବତନ୍ତ୍ର ଶଙ୍ଖୁଡ଼ି ଭୋଗ, ନୀତି ଅନୁଷ୍ଠିତ ହେବ । ବିଜୟା ଦଶମୀରେ ରାଜ ରାଜେଶ୍ବରୀ ବେଶ, ମହିଷାମର୍ଦ୍ଦିନି ବେଶ ଅନୁଷ୍ଠିତ ହେବା ଶହ ଶାରଦୀୟ ଦୂର୍ଗୋତ୍ସବ ସମାପନ ହେବ” ବୋଲି କହନ୍ତି ପୂଜକ ବୃନ୍ଦ। ମା’ଙ୍କ ଦର୍ଶନ ପାଇଁ ପ୍ରତିଦିନ ଶହ ଶହ ଭକ୍ତଙ୍କ ସମାଗମ ବୃଦ୍ଧି ପାଇବ ବୋଲି ଜଣାପଡିଛି । ଏହି ସବୁ କୁ ଦୃଷ୍ଟିରେ ରଖି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ମା ‘ପାଟଖଣ୍ଡା ଙ୍କ ମନ୍ଦିର ସମେତ ଟାଉନର ସମସ୍ତ ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଲିସ ମୁତୟନ ରହି କଡାକଡି ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି l