Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏମକେସିଜି ମେଡିକାଲ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା

ବ୍ରହ୍ମପୁର:ଓଡ଼ିଶା ମେଡିକାଲ କର୍ମଚାରୀ ଶାଖା ଏମକେସିଜି ମେଡିକାଲ କର୍ମଚାରୀ ସଂଘର ଏକ ବୈଠକ ରବିବାର ସ୍ଥାନୀୟ ନବୀନ ଭବନ ପରିସରରେ ହିନ୍ଦ ମଜଦୁର ସଭା (ଏଚଏମଏସ)ର ଉପସଭାପତି ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକରେ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ପ୍ରଭାକର ପଲାଇ, ସାଧାରଣ ସମ୍ପାଦକ ଗଗନ ଚନ୍ଦ୍ର ରାଉତ, ଉପସଭାପତି ସାକିର ଖାନ, ସଂଯୋଜକ ନରେନ୍ଦ୍ର ଟୋପାକ, ଶିବ ପ୍ରସାଦ ମହାନ୍ତି, ଡ଼େପୁଟି ସେକ୍ରେଟାରୀ କୈଳାସ ଚନ୍ଦ୍ର ଜେନା, ସାଙ୍ଗଠନିକ ସମ୍ପାଦକ ବିଜୟ କୁମାର ନାୟକ ଓ କାର୍ଯ୍ୟକାରୀ ସଭ୍ୟ ରୂପେ ପ୍ରଦୀପ କୁମାର ସାହୁ, ଅାର୍ତ୍ତତ୍ରାଣ ବାରିକ, ପ୍ରସନ୍ନ କୁମାର ବାରିକ ଏବଂ ଶାଖା ସଂଘର ସମସ୍ତ କର୍ମଚାରୀବୃନ୍ଦ ଏହି ବୈଠକରେ ଯୋଗଦେଇ ଏମକେସିଜି ଶାଖା ସଂଘକୁ ଭଗ୍ନ କରାଯାଇ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା ସଭାପତି ଭାବେ ଅଜିତ କୁମାର ପାତ୍ର ଓ ସମ୍ପାଦକ ଭାଗ୍ୟଚନ୍ଦ୍ର ବେହେରା, ଯୁଗ୍ମ ସମ୍ପାଦକ ସୁଦର୍ଶନ ପାତ୍ରଙ୍କୁ ମନୋନୀତ କରାଯାଇଥିଲା କାର୍ଯ୍ୟକାରୀ କମିଟି ଓ ଅନ୍ୟ କର୍ମକର୍ତ୍ତାମାନଙ୍କୁ ଉକ୍ତ କର୍ମକର୍ତ୍ତାମାନେ ମନୋନୀତ କରିବେ