Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସମ୍ବଲପୁର ଜିଲ୍ଲା ସ୍ତରୀୟ ସାଧାରଣ ସଭା ସହ କର୍ମକର୍ତ୍ତା ନିର୍ବାଚନ

ଜମନକିରା : ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ଅନ୍ତର୍ଗତ ଜୟନ୍ତପୂର ଆଶ୍ରମ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସଂଘର ସଭାପତି ଚନ୍ଦ୍ରମଣି ତାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନୀୟ ଅତିଥି ଭାବେ ସାଧାରଣ ସମ୍ପାଦକ ବିଜୟ ରଥ, ଉପ-ସଭାପତି ଡ.ଦୈତାରି ଦିଗାଲ, ଜୋନାଲ ସମ୍ପାଦକ ତିର୍ଥରାଜ ନାୟ ଏବଂ ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ରାଜ୍ୟ ସଂଘ ମୁଖପାତ୍ର ରାଜେନ୍ଦ୍ର କୁମାର ଜଗତ ଯୋଗ ଦେଇଥିଲେ। ନିମନ୍ତ୍ରିତ ଅତିଥି ଥିଲେ। ସଭାରେ ବିରେନ୍ଦ୍ର ପଟେଲ ସ୍ବାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ପ୍ରବକ୍ତା ଶ୍ରୀ ଜଗତ ସଂଘର ଆବଶ୍ୟକତା ଏବଂ ଉପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ସମସ୍ତଙ୍କୁ ନିଜର ମୌଳିକ ସମସ୍ୟା ଓ ଦାବୀ ଉପସ୍ଥାପନା କରିବା ପାଇଁ ଆହ୍ବାନ କରିଥିଲେ। ଶେଷରେ ନିର୍ବାଚନ ଦାୟିତ୍ୱ ରାଜ୍ୟ ଉପ-ସଭାପତି ଓ ସମ୍ପାଦକ ତୁଲାଇବା ବେଳେ ଶ୍ରୀ ଜଗତ ନିର୍ବାଚନ କୁ ପରିଚାଳନା କରିଥିଲେ। ବଡମୁଣ୍ଡଲୋଇ ଉଚ୍ଚ ବିଦ୍ୟାଳୟର ଦକ୍ଷ ଓ କର୍ମଯୋଗୀ ସହକାରୀ ଶିକ୍ଷକ ବିରେନ୍ଦ୍ର କୁମାର ପଟେଲ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ବାକପଟୁ ନିର୍ଭୀକ ପ୍ରଧାନ ଶିକ୍ଷକ ପଙ୍କଜ ବେହେରା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ସୁନ୍ଦର ବାତାବରଣ ଓ ଶାନ୍ତି ଶୃଙ୍ଖଳାରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିବାରୁ ରାଜ୍ୟ କର୍ମକର୍ତ୍ତା ଶ୍ରୀ ଜଗ ଙ୍କ ଭୂୟସୀ ପ୍ରଶଂସା କରିଥିଲେ। ସମ୍ବଲପୁର ଜିଲ୍ଲାର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଦେବାପରେ ଜିଲ୍ଲା ପ୍ରବକ୍ତା ଅନ୍ନପୂର୍ଣ୍ଣା ମାଝୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।