Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଅନୁଭବ, ପରିବାର ଅଦାଲତଙ୍କ ରାୟକୁ କଲେ ଚ୍ୟାଲେଞ୍ଜ

କଟକ: ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହେଲେ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି।  ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିବା ବେଳେ ଏହି ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ପହଞ୍ଚିଛନ୍ତି ସାଂସଦ। ଏହି ମାମଲାରେ ଅନୁଭବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବି ପକ୍ଷଭୁକ୍ତ କରିଛନ୍ତି। ଛାଡ଼ପତ୍ର ଖାରଜ କରିଥିବା ନିମ୍ନ ଅଦାଲତଙ୍କ ରାୟକୁ ଖାରଜ କରିବେ ନା ସ୍ଵୀକାର କରିବେ ଏବେ ହାଇକୋର୍ଟଙ୍କ ଉପରେ ସଭିଙ୍କ ନଜର।

୨୦୨୩ ସେପ୍ଟେମ୍ବର ୨୨ରେ ପରିବାର ଅଦାଲତ ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଥିଲେ। ବିବାହ ଉଚ୍ଛେଦ ପାଇଁ ଅନୁଭବଙ୍କ ପକ୍ଷରୁ ଦର୍ଶାଯାଇଥିବା କାରଣ ଗ୍ରହଣୀୟ ନୁହେଁ ବୋଲି ପରିବାର ଅଦଲତ କହିଥିଲେ। ପରିବାର ଅଦାଲତ ଯେଉଁ ରାୟ ଦେଇଛନ୍ତି ତାହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଅନୁଭବ ଦର୍ଶାଇଛନ୍ତି। ଏହି ମାମଲାରେ ଅନୁଭବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବି ପକ୍ଷଭୁକ୍ତ କରିଛନ୍ତି। କଟକ ପରିବାର ଅଦାଲତ ଅନୁଭବଙ୍କ ଛାଡ଼ପତ୍ର ଆବେଦନ ସହିତ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ବର୍ଷା ପ୍ରିୟଦର୍ଶିନୀ ରୁଜୁ କରିଥିବା ମାମଲାକୁ ବି ଖାରଜ କରିଥିଲେ।

ସୂଚନାଯୋଗ୍ୟ,୨୦୧୪ ଫେବ୍ରୁଆରୀ ୮ରେ ଅନୁଭବ ଓ ବର୍ଷା ମଧ୍ୟରେ ବିବାହ ହୋଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ପାରିବାରିକ ବିବାଦ ଦେଖା ଦେଇଥିଲା। ଅନୁଭବ ୨୦୨୦ରେ ଦିଲ୍ଲୀର ପଟିଆଲା ହାଉସ୍‌ ଅଦାଲତରେ ଛାଡ଼ପତ୍ର ପାଇଁ ପିଟିସନ୍ ଦାଖଲ କରିଥିଲେ। ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହା ପରେ ଦୀର୍ଘ ସମୟ ଧରି ପରିବାର ଅଦାଲତରେ ଶୁଣାଣି ଚାଲିଥିଲା।  

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ