Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସୁଛି ଲଘୁଚାପ ! ଫିକା ପଡ଼ିପାରେ ଦୁର୍ଗାପୂଜା

ଭୁବନେଶ୍ଵର: ଏଥର ବର୍ଷାରେ ଭାସିବ ଦୁର୍ଗାପୂଜା। ଫିକା ପଡ଼ିପାରେ ପାର୍ବଣ। କାରଣ ବଙ୍ଗୋପସାଗରେ ଆସୁଛି ଆଉ ଏକ ଲଘୁଚାପ। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ। ୨୦ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆକଳନ କରାଯାଇଛି। ଫଳରେ ବର୍ଷା ଆଶଙ୍କା ବଢି ଯାଇଛି। ଏମିତି ହେଲେ ବର୍ଷାରେ ଭିଜିବ ଦଶହରା।

ପାଣିପାଗ ବିଭାଗ ଅନୁଯାୟୀ, ବଙ୍ଗୋପସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ତାହା ୨୦ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ସମ୍ଭାବନା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଏ ବର୍ଷ ପୂଜାକୁ ଲଘୁଚାପ ଭସାଇବା ନେଇ ଆଶଙ୍କା ବଢିଛି। ୨୦ ତାରିଖରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଏମିତି ଆଶଙ୍କା ସୃଷ୍ଟି ହୋଇଛି। ୨୦ ତାରିଖରେ ମହାଷଷ୍ଠୀ, ୨୪ରେ ଦଶହରା ଏବଂ ୨୫ ତାରିଖରେ ଭସାଣି ରହିଛି। ଯଦି ବର୍ଷା ହୁଏ ତେବେ ପାର୍ବଣର ମାହୋଲ ଫିକା ପଡ଼ିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ