Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଅ ର ଫାଉଡା ଚୋଟ ରେ ମା ର ମୃତ୍ୟୁ ଘଟଣା ରେ ହତ୍ୟାକାରୀ ପୁଅ ଗିରଫ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନ ଅନ୍ତର୍ଗତ ଜଙ୍ଗଳା ଗ୍ରାମରେ ପୁଅ ର ଫାଉଡା ଚୋଟ ରେ ମା ର ମୃତ୍ୟୁ ହୋଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ସୋମବାର ଦିନ ବିଳମ୍ବିତ ରାତିରେ ରେଙ୍ଗାଲି ଥାନ ଅନ୍ତର୍ଗତ ଜଙ୍ଗଳା ଗ୍ରାମରେ ଯଜ୍ଞାସିନୀ ବଢ଼େଇ (60) ଙ୍କୁ ତାଙ୍କ ପୁଅ ସଜିତ ବଢ଼େଇ ଏକ ଫାଉଡା ରେ ଆକ୍ରମଣ କରି ମାରି ଦେଇଛି। ରେଙ୍ଗାଲି ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ମୃତ ଶରୀର କୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନା ପଠାଇଥିଲା।
ପୋଲିସ କେସ ନଂ 207 ରେ ଏକ ହତ୍ୟା ମାମଲା ରୁଜୁ କରି ଥିଲା। ନିଜ ମା କୁ ମାରି ଫେରାର ଥିବା ପୁଅ କୁ ମଙ୍ଗଳବାର ଦିନ ପୋଲିସ ହତ୍ୟାକାରୀ ପୁଅ ସାଜିତ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡ ରେ ବ୍ୟବହୃତ ଫାଉଡା କୁ ମଧ୍ୟ ଜବତ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ