Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସକାଳ ପାହିଲେ କଂଗ୍ରେସର ବିକ୍ଷୋଭ

ସମ୍ବଲପୁର: ସକାଳ ପାହିଲେ କଂଗ୍ରେସ କରିବ ବିକ୍ଷୋଭ।ସମ୍ବଲପୁର ଜିଲ୍ଲାରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ରାସ୍ତା ଘାଟର ଦୁରାବସ୍ଥା ସାଙ୍ଗକୁ ପାନୀୟ ଜଳ ଭଳି ମୌଳିକ ସୁବିଧା ପହଞ୍ଚି ପାରୁନି ଲୋକଙ୍କ ପାଖରେ।ଏପରିକି ଜିଲ୍ଲାରେ ପ୍ରତିଷ୍ଠା ହେଉଥିବା କଳ କାରଖାନାରେ ସ୍ଥାନୀୟ ନିଯୁକ୍ତି ପ୍ରହସନ ପାଲଟି ଥିବା ବେଳେ ପ୍ରଦୂଷଣରେ ଲୋକେ ହେଉଛନ୍ତି ଛଟପଟ।ପୁଣି ବିସ୍ତାପିତ ମାନଙ୍କ ସ୍ଥାୟୀ ପ୍ରତିକାର ହେଉନଥିବାକୁ କଂଗ୍ରେସ ଏହାକୁ ଇସୁ କରି ରାସ୍ତାକୁ ଓଲ୍ଲେଇବ।ଏଭଳି ନିଷ୍ପତ୍ତି ନେଇ ଆସନ୍ତାକାଲି ବୁଧବାର ଦିନ ୧୨ଘଣ୍ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରି ଏକ ଦାବି ପତ୍ର ପ୍ରଦାନ କରିବ ବୋଲି ଘୋଷଣା କରିଛି। ଦିନକୁ ଦିନ ସରକାରଙ୍କ ନଜର ମୌଳିକ ସମସ୍ୟା ଉପରୁ ହଟିଯାଉଥିବା ବେଳେ ଏଭଳି ମୌଳିକ ସମସ୍ୟାକୁ ନେଇ କଂଗ୍ରେସ ଲୋକଙ୍କ ମନ ଜିଣିବାକୁ ପ୍ରୟାସ ଆରମ୍ଭ କରିଛି।ଗତ କିଛି ଦିନ ଧରି କଂଗ୍ରେସର ଆସବ ଅଲ୍ଲିଙ୍କ ପରେ ନୂତନ ଜିଲ୍ଲା ସଭାପତି ରାଜେନ୍ଦ୍ର ଛତ୍ରିଆ ମଧ୍ୟ ଲୋକଙ୍କୁ କଂଗ୍ରେସ ପ୍ରତି ସମର୍ଥନ ହାସଲ କରିବାକୁ ବିଭିନ୍ନ ପଦକ୍ଷେପ ହାତେଇବାରେ ଲାଗିଛନ୍ତି। ରାଜ୍ୟ ସାଧାରଣ ସଂପାଦକ ଦୁଲାଲ ପ୍ରଧାନ ମଧ୍ୟ ବେଶ ଆଗକୁ ବଢୁଥିବା ଏବେ ଲକ୍ଷ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ