Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସବ୍ ରେଜିଷ୍ଟ୍ରାର ଅଫିସରେ ସୋମାଲିକା, ବିଧାୟକ ବିଜୟଙ୍କ ବୟସ ନେଇ ଆଣିଲେ ଅଭିଯୋଗ

କଟକ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ନେଇ ବିବାଦ ପିଛା ଛାଡ଼ିବାର ନାଁ ନେଉନି। ନିଜର ପ୍ରେମିକା ସୋମାଲିକଙ୍କ ସହ ବିବାଦ ନ ଥମୁଣୁ ବିଧାୟକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ କଟକ ସବ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଆଉ ଏହାକୁ ପ୍ରେମିକା ସୋମାଲିକା ତୀବ୍ର ବିରୋଧ କରିଛନ୍ତି। ଏହି କ୍ରମରେ ବୁଧବାର କଟକ ସବ୍ ରେଜିଷ୍ଟ୍ରାର ଅଫିସ ପହଞ୍ଚିଛନ୍ତି ସୋମାଲିକା।

ବିଜୟଙ୍କ ବୟସ ସଂପର୍କିତ ତଥ୍ୟକୁ ନେଇ ସେ ନୂତନ ଅଭିଯୋଗ କରିଛନ୍ତି। ଭିନ୍ନ ଭିନ୍ନ ଆବେଦନରେ ବିଧାୟକଙ୍କ ଭିନ୍ନ ବୟସ ଉଲ୍ଲେଖ ଥିବା ଦର୍ଶାଇଛନ୍ତି। ପ୍ରଥମ ପୃଷ୍ଠାରେ ୩୦ ଓ ଦ୍ଵିତୀୟ ପୃଷ୍ଠାରେ ୩୧ ବର୍ଷ ଦର୍ଶାଯାଇଛି। ବିଧାୟକ ହୋଇ ବି ବିଜୟ ଶଙ୍କର ସଠିକ ତଥ୍ୟ ଦର୍ଶାଇ ନାହାନ୍ତି। ମାମଲା କୋର୍ଟରେ ବିଚାରଧୀନ ଥିବା ମଧ୍ୟ ଜଣାଇଥିବା ସେ କହିଛନ୍ତି।

ଏହା ପୂର୍ବରୁ ବିବାହ ପାଇଁ ସବ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିବା ବିଧାୟକ ବିଜୟଙ୍କ ବିବାହ ଆବେଦନ ଉପରେ ରୋକ ଲଗାଇବା ଲାଗି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଜି ସେହି ପିଟିସନ କପି ସହିତ ସୋମାଲିକା କଟକ ସବ ରେଜିଷ୍ଟର ଅଫିସରେ ପହଞ୍ଚିଛନ୍ତି । ବିଜୟ ଶଙ୍କର ନିଜ ବୟସ ବାବଦୀୟ ଭୁଲ ତଥ୍ୟ ଦେଇଥିବା ସେ ସାନି ଅଭିଯୋଗ କରିଛନ୍ତି ।

ବିଜୟ ଶଙ୍କର ଯେଉଁ ଯୁବତୀଙ୍କୁ ବିବାହ କରିବା ପାଇଁ ଆବେଦନ କରିଛନ୍ତି ପୂର୍ବରୁ ସୋମାଲିକା ମଧ୍ୟ ସେଇ ଯୁବତୀଙ୍କ କଥା ଉଠାଇଥିଲେ। ତାଙ୍କର ପୂର୍ବତନ ପ୍ରେମିକା ସୋମାଲିକା ଦାସଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ବିବାଦ ଲାଗି ରହିଛି। ଏହାକୁ ନେଇ ସୋମାଲିକା ଜଗତସିଂହପୁର ଥାନାରେ ଏତଲା ଦେବା ସହ ହାଇକୋର୍ଟଙ୍କ ମଧ୍ୟ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରୁ ବିଜୟ ଶଙ୍କରଙ୍କୁ କୌଣସି କ୍ଲିନ ଚିଟ୍ ମିଳିନାହିଁ।

More Stories