ଭବାନୀପାଟଣା ବିକାଶ ଉଇସ୍ଡ଼ମ ପାର୍କ ପରିସରରେ ଜଳ ବିଶୋଧନାଗାର ଲୋକାର୍ପିତ।

କଳାହାଣ୍ଡି:୧୯/୧୦ “ଜଳହିଁ ଜୀବନ” ଏହି ଉକ୍ତିଟିକୁ ସତ୍ୟତା ପ୍ରତିପାଦିତ କରିବାକୁ ଯାଇ ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୂସନ ଭବାନୀପାଟଣା ସ୍ଥିତ ବିକାଶ ଉଇସଡ଼ମ ପାର୍କ ପରିସରରେ ଏକ ZLD ଜିରୋ ଲିକ୍ୟୁଡ ଡିସଚାର୍ଜ ସ୍ୱେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୂସନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି. ନାଗେଶ୍ଵର ରାଓଙ୍କ କର କମଳରେ ଶୁଭ ଉଦ୍ଘାଟିତ ହୋଇ ଯାଇଛି । ଏହି ଅବସରରେ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୂସନ ଭବାନୀପାଟଣାର ନିର୍ଦ୍ଦେଶକ ଡି.ଶ୍ୟାମ ଅନ୍ୟତମ ନିର୍ଦ୍ଦେଶକ ଡି.ରାମ କୁମାର , ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଏହି ପ୍ଲାଣ୍ଟ ସହ ସଂଯୁକ୍ତ ହୋଇଛି M B B R ଏବଂ R A S ପ୍ରୋଜେକ୍ଟ । ଉକ୍ତ ପ୍ଲାଣ୍ଟଟି ବିଦ୍ୟାଳୟ ଓ ହଷ୍ଟେଲରୁ ନିଷ୍କାସିତ ହେଉଥିବା ଦୂଷିତ ଜଳକୁ ପୁନଃ ବ୍ୟବହାର ଉପଯୋଗୀ କରିବା ନିମନ୍ତେ ଉଦ୍ଦିଷ୍ଟ । ଏହା ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସ୍ଵୟଂ ସମ୍ପୂର୍ଣ୍ଣ ପରିଚାଳିତ ପ୍ଲାଣ୍ଟ । ଯାହାକି ଓଡ଼ିଶାରେ ପ୍ରଥମ ଅଟେ । ଏହି ପ୍ଲାଣ୍ଟ ଟିକୁ ପ୍ରଥମ କରି ବିକାଶ ଉଇସ୍ଡ଼ମ ପାର୍କ ପରିସରରେ ସ୍ଥାପନ କରାଯାଇଛି । ଏହାର ଜଳ ବିଶୋଧନ କ୍ଷମତା ହେଉଛି ୫ ଲକ୍ଷ ଲିଟର ପ୍ରତିଦିନ । ଏହା ଅନବରତ ଭାବେ କାର୍ଯ୍ୟ କରିଥାଏ । ଏହା ଚାରୋଟି ସ୍ତର ମଧ୍ୟଦେଇ ଦୂଷିତ ଜଳକୁ ବିଶୋଧନ କରି ପୁନଃ ବ୍ୟବହାର ଉପଯୋଗୀ କରିଥାଏ । ଏଥିରେ ବ୍ୟାକ୍ଟେରିଆ କଳଚର୍ ପୂର୍ବକ ଜଳକୁ ବିଶୋଧନ ଓ ଦୁର୍ଗନ୍ଧ ମୁକ୍ତ କରିଥାଏ ।ଏଥିରେ ଖୁବ୍ କମ ରାସାୟନିକ ଦ୍ରବ୍ୟ ବ୍ୟବହୃତ ହୋଇଥାଏ । ଏହା ଖୁବ୍ କମ୍ ବିଜୁଳୀ ଶକ୍ତି ଆବଶ୍ୟକ କରିଥାଏ । ଏହାର ରକ୍ଷଣା ବେକ୍ଷଣ ଖର୍ଚ୍ଚ ବହୁ ସ୍ୱଳ୍ପ ଅଟେ । ଏହି ପ୍ଲାଣ୍ଟ ଟିକୁ ୫୦୦୦ ବର୍ଗ ଫୁଟ ପରିମିତ ଅଞ୍ଚଳରେ ସ୍ଥାପନ କରାଯାଇଛି। ଦରକାର ପଡ଼ିଲେ ଏହାକୁ ସହଜରେ ଅନ୍ୟତ୍ର ସ୍ଥାନାନ୍ତରଣ କରିବାର ପ୍ରକ୍ରିୟା ମଧ୍ୟ ଉପଲବ୍ଧ । ଏହି ପ୍ଲାଣ୍ଟଟି ୩୦ ରୁ ୩୫ ବର୍ଷ ଧରି କାର୍ଯ୍ୟକ୍ଷମ ହେବ। ଏହି ଅବସର ରେ ବିକାଶ ଉଇସଡ଼ମ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଉପସ୍ଥିତ ରହିଥିଲେ।