ଜମନକିରା ସମବାୟ ବ୍ୟାଙ୍କ ପକ୍ଷରୁ ୬ଗୋଟି ସ୍କୁଟି ଋଣ ପ୍ରଦାନ


ଜମନକିରା : ସରକାରଙ୍କ ମିଶନ ଶକ୍ତି ଜରିଆରେ ସିଆରପି/ ସିଏମ କର୍ମଚାରୀ ମାନେ ଏକ ଲକ୍ଷ ଟଙ୍କା ବିନା ସୁଧରେ ସ୍କୁଟି କିଣିବା ପାଇଁ ଯେଉଁ ଯୋଜନା କରାଯାଇଥିଲା। ସେହି ଯୋଜନାରେ ଜମନକିରା ସମବାୟ ବ୍ୟାଙ୍କ ପକ୍ଷରୁ ୬ ଜଣ ସିଆରପି/ ସିଏମ କର୍ମଚାରୀଙ୍କୁ ସ୍କୁଟି ପ୍ରଦାନ କରାଯାଇଛି। ସେମାନେ ହେଲେ ସୁସ୍ମିତା ଝାଂକର, କଲ୍ପନା ଦେହୁରୀ, ସୁମିତ୍ରା କାଲୋ, ସୁସ୍ମିତା ପଟେଲ, ଶ୍ରୀମାରାଣି ପଟେଲ, ବିଳାସିନୀ ନାଥ ଏବଂ ଅଶ୍ଵିନୀ ସାହୁ ପ୍ରମୁଖଙ୍କୁ ୬ଗୋଟି ସ୍କୁଟି ପ୍ରଦାନ କରାଯାଇଛି। ଶାଖା ପରିଚାଳକ ଅନୁପମ ଦାଶ ଏବଂ ବ୍ୟାଙ୍କ ଡାଇରେକ୍ଟର ଉମାକାନ୍ତ ପ୍ରଧାନ ପ୍ରମୁଖ ସ୍କୁଟି ପ୍ରଦାନ ବେଳେ ଉପସ୍ଥିତ ଥିଲେ।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।