ନୂଆଁବୁର୍ଦା ଓ ଝାରମୁଣ୍ତା ଠାରେ କୈଶୋର ସ୍ୱାସ୍ଥ୍ୟ ଦିବସ


ଜମନକିରା : ଜମନକିରା ବ୍ଲକ ମୁଣ୍ଢେନପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୁଆଁବୁର୍ଦା ଓ ଝାରମୁଣ୍ଡା ଠାରେ ଆଜି ଭିନ୍ନ ଭିନ୍ନ ୨ଟି କୈଶୋର ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି। ଉଭୟ କାର୍ଯ୍ୟକ୍ରମରେ ମୁଣ୍ଢେନପାଲି ଆଶା ବବିତା ନାଥ ଅଧ୍ୟକ୍ଷତା କରିଥିବା ବେଳେ ଡା.ରାଜାରାମ ଷଡଙ୍ଗୀ ଉଭୟ ସ୍ଥାନରେ କୈଶୋର ସ୍ୱପ୍ନ, ଜୀବନ କୌଶଲ, ଖାଦ୍ୟପେୟ ସୁରକ୍ଷିତ ସ୍ୱାସ୍ଥ୍ୟ ପ୍ରଭୃତି ସଂପର୍କରେ ଆଲୋଚନା କରିଥିଲେ।ଏଥିରେ ମହିଳା ସ୍ୱାସ୍ଥ୍ୟ କର୍ମି ସାହାନୀ ସାହୁ, ଆଶାମଞ୍ଜରୀ ପଣ୍ଡା, ସୁସ୍ମିତା ସାହୁ, ଅଙ୍ଗନୱାଡି କର୍ମୀ ମାଗଦାଲି ମୁଣ୍ଡା, ଅଲି ଗର୍ଡିଆ ଓ ଗୌରୀ ବିଶ୍ୱାଲ ପ୍ରମୂଖ କିଶୋରୀ ସ୍ୱାସ୍ଥ୍ୟ ନେଇ ବିଭିନ୍ନ ବିଷୟରେ ବୁଝାଇଥିଲେ।ଏହି ଉଭୟ ଗ୍ରାମର କିଶୋରୀ ବାଳିକା ମାନେ ଯୋଗଦେଇ ନିଜ ଭିତରେ ରହିଥିବା ବିଭିନ୍ନ ସନ୍ଧେହ ପଚାରି ବୁଝିଥିଲେ। ଏହି ସମୟରେ ନୂଆଁବୁର୍ଦାରେ ସାଧାରଣ ଜ୍ଞାନ ଓ ଝାରମୁଣ୍ଡା ଠାରେ ମ୍ୟୁଜିକ ଚେୟାର ପ୍ରତିଯୋଗିତା ହୋଇ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ସହଯୋଗ କରିଥିଲେ।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।