Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା କଲେଜ ସ୍ଥାପନର ଐତିହାସିକ ଦିବସର ସ୍ମୁତିଚାରଣ

ଜମନକିରା : ସମ୍ବଲପୁର ଜିଲ୍ଲାର କୁଚିଣ୍ଡା କଲେଜ ପରିସରରେ ଏହି କଲେଜ ସ୍ଥାପନ ପାଇଁ ୧୯୬୨ ମସିହାର ଅକ୍ଟୋବର ମାସ ୨୧ ତାରିଖ ଦିନ ହୋଇଥିବା ପ୍ରଥମ ସଭା ଓ କଲେଜ ସ୍ଥାପନ ପାଇଁ ନିଆଯାଇଥିବା ପ୍ରସ୍ତାବ ରୂପକ ଐତିହାସିକ ଦିବସର ସ୍ମୁତିଚାରଣ କରାଯାଇଥିଲା। ପୁରାତନ ଛାତ୍ର ସଂଘର ସଭାପତି ପ୍ରଫୁଲ୍ଲ ସାହୁଙ୍କ ସଭାପତିତ୍ବରେ ଶିକ୍ଷାର ପ୍ରସାର କ୍ଷେତ୍ରରେ କୁଚିଣ୍ଡା କଲେଜର ଅବଦାନ ଶୀର୍ଷକ ଆଲୋଚନା ଚକ୍ରରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇଥିଲେ। ଏହି କଲେଜର ପୁରାତନ ଛାତ୍ର ମାନେ ହିଁ ଉପଖଣ୍ଡରେ ସ୍ଥାପିତ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକର ସୃଷ୍ଟି କର୍ତ୍ତା ବୋଲି ମତ ଦେଇଥିଲେ। ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ବରିଷ୍ଠ ସାମ୍ବାଦିକ ପ୍ରଭାତ ବେହେରା, ଅଧ୍ୟାପକ କୃଷ୍ଣଚନ୍ଦ୍ର ପୁଝାରୀ, ଛାତ୍ର ନେତା ଅସୀମ ପଟେଲ, ହରେକୃଷ୍ଣ ମହାପାତ୍ର ପ୍ରମୁଖ ଏହି ଶୀର୍ଷକରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଉପ ସଭାପତି ପ୍ରଭାତ ବେହେରା ସ୍ବାଗତ ଭାଷଣ ଓ ସମ୍ପାଦକ ପୂର୍ନେନ୍ଦୁ ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ଶେଷରେ ଯୁଗ୍ମ ସମ୍ପାଦକ ଅତୁଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ