Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡିଆବାହାଲ ଦୁର୍ଗାପୁଜା: ପାଳୁଛି ସୁବର୍ଣ୍ଣ ଜୟନ୍ତୀ

ସମ୍ବଲପୁର:ଶାରଦୀୟ ଦୁର୍ଗା ପୂଜାରେ ପଡିଆବାହାଲ ଉଠୁଛୁ ପଡୁଛି।ଆଧ୍ୟାତ୍ମିକ ପରିବେଶର ମହକ ଆଜି ବାରି ହୋଇଥିଲା ପଡିଆବାହାଲରେ। ଅଯୋଧ୍ୟାନଗରୀ ଖଲିଆପାଲିରେ ରାମ ବନବାସ, ରାମ ହନୁମାନ ସୁଗ୍ରିବ ମିଳନ,ପଡିଆବାହାଲ ପଞ୍ଚବଟୀରେ ସୀତା ଠାବ,ପଧାନପାଲିରେ ବାଲିବଧ କଦଲିମୁଣ୍ଡା ଅଶୋକବନରେ ସୀତାଙ୍କ ଆଶ୍ରୟ ଭଳି ରାମଲୀଳା କାର୍ଯ୍ୟକ୍ରମ ଗ୍ରାମ୍ୟ ଏକତାକୁ ଉଜ୍କିବିତ କରିଥିଲା। ଅନ୍ଯ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ନିର୍ମଳ ସିଂ କମେଡି,ତେଜରାଜ ନାଏକ ଫୋକ ଡ୍ୟାନ୍ସ, ହାର୍ଟ ବିଟ ଓ ଦେବଦାସୀ ନୃତ୍ୟ ଭଳି ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହିଥିଲା। ଏହି ଅବସରରେ ପୂଜା ସହିତ ସଂପର୍କିତ କମିଟି ଓ ସ୍ୱେଚ୍ଛାସେବି ମାନଙ୍କ ପାଇଁ ସୁବର୍ଣ୍ଣ ଜୟନ୍ତି ଲୋଗୋ ଥିବା ଏକ ଟି ଯୁଯୋମୁରା ଜିଲ୍ଲା ପରିଷଦ ସଦସ୍ୟା କବିତା ସାହୁ ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ମଗର,ଦେବାନନ୍ଦ ଭୋସାଗର,ଦୁର୍ଗାପୂଜା କମିଟିର ଉପଦେଷ୍ଟା ବିଜୟ କୁମାର ନାୟକ,ରବିନ୍ଦ୍ର ପ୍ରସାଦ ବଡପଣ୍ଡା,ସୁରୁବାବୁ ନାୟକ,ସଭାପତି ସୁବୋଧ କୁମାର ବେହେରା,ଉପସଭାପତି ତଥା ଶୃଙ୍ଖଳା କମିଟି ସଂଯୋଜକ ଆଶୁତୋଷ ପଣ୍ଡା,ଅଶୋକ କୁମାର ପୁରୋହୀତ ପ୍ରମୁଖଙ୍କ ଗହଣରେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମକୁ ଡା.ରାଜାରାମ ଷଡଙ୍ଗୀ ପରିଚାଳନା କରିଥିବା ବେଳେ ସଭାପତି ସୁବୋଧ କୁମାର ବେହେରା ଟି ସାର୍ଟ ପ୍ରଦାନର ଉଦ୍ଦେଶ୍ଯ ଓ ଲକ୍ଷ୍ୟ ଉପରେ କହି ଆମ ଅଞ୍ଚଳର ଜାତିୟ ଚେତନା ଉପରେ ଆଲୋକପାତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ