Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାରଦୀୟ ଦୁର୍ଗାପୂଜା ପ୍ରଥମ ରାତି ସାଂସ୍କୃତିକ କାର୍ଯ୍ୟକ୍ରମ ମନ ମୋହିଲା।

କୋକସରା:୨୩/୧୦ କୋକସରା ସଦର ମହକୁମା ଶାରଦୀୟ ଦୁର୍ଗାପୂଜା ୬୩ ବର୍ଷ ରେ ପହଞ୍ଚି ଥିବା ବେଳେ ଚଳିତ ବର୍ଷ ଆକର୍ଷଣୀୟ ସାଜସଜ୍ଜା ସହ ମା ଜଗତ ଜନନୀ ଙ୍କ ଦର୍ଶନ କରିବାକୁ ପ୍ରତିଦିନ ଶହ ଶହ ସଂଖ୍ୟକ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳୁଛି। ରବିବାର ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୁର୍ଗା ପୂଜା କମିଟି ସଭାପତି ତ୍ରିଭୁବନ ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ବିଜେପି ଯୁବ ମୋର୍ଚ୍ଚା ସଭାପତି କଳାହାଣ୍ଡି ବିଜୟଦେଵ ସାହୁ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ,ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ପ୍ରମୁଖ ଯୋଗଦେଇ ମଞ୍ଚ ଉଦଘାଟନ କରିଥିଲେ। ଏହି ଅବସର ରେ ଉପସ୍ଥିତ ଅତିଥିମାନେ ଶାରଦୀୟ ଦୁର୍ଗାପୂଜା ର ଅଭିନନ୍ଦନ ଦେଇଥିଲେ। କୋକସରା ବ୍ଲକ ଉପାଧ୍ୟକ୍ଷ ଆଗାମୀ ଦିନରେ ଏହି ପୂଜା ମଣ୍ଡପ ଓ ପଡ଼ିଆ ର ଉନ୍ନୟନ ପାଇଁ ଆବଶ୍ୟକ ଅନୁଦାନ ପାଇଁ ପ୍ରୟାସ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଓ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜି ର ମେଲୋଡି କାର୍ଯ୍ୟକ୍ରମ ଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଥିଲା।