Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ମହାବିଦ୍ୟାଳୟରେ ସପ୍ତଦିବସୀୟ ଜାତୀୟ ସେବା ଶିବିର ଉଦଯାପିତ

ଜମନକିରା : ଜମନକିରା ମହାବିଦ୍ୟାଳୟରେ ଗତ ୭ଦିନ ହେବ ଚାଲିଥିବା ସପ୍ତଦିବସୀୟ ଜାତୀୟ ସେବା ଶିବିର ଆଜି ଉଦଯାପିତ ହୋଇଯାଇଛି। ଜାତୀୟ ସେବା ଯୋଜନା ତରଫରୁ ଅନୁଷ୍ଠିତ ସପ୍ତଦିବସିୟ ଶିବିରର ଉତଯାପନ ଦିବସରେ ଜମନକିରା ବ୍ଲକ ଅନ୍ତର୍ଗତ ଦୁର୍ଗାଡିହି ଗ୍ରାମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ପୌରହିତ୍ୟରେ ଉଦଯାପିତ ହୋଇଯାଇଛି। ଏହି ଉତଯାପନୀ ଦିବସରେ ଜମନକିରା ବ୍ଲକର ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ସୁଜାତା ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୁବନେତା ମିଳନ ଖୁଣ୍ଟିଆ, ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଶାନ୍ତନୁ ପ୍ରଧାନ, ଗ୍ରାମର ବୟୋଜ୍ୟେଷ୍ଠ ନୂଆସ ସାମାଦ ଏବଂ ଗ୍ରାମବାସୀ ବୃନ୍ଦ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଉଦଯାପନୀ ଦିବସରେ ଇଂରାଜି ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ସଭାକୁ ପରିଚାଳନ କରିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସେବା ଯୋଜନାର ମହତ୍ୱ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିପରି ସେବାର ମନୋଭାବ ରହିବା କଥା ସେ ବିଷୟରେ ଅବଗତ କରାଇଥିଲେ। ଏହି ଦିବସରେ ମହାବିଦ୍ୟାଳୟର ୫୦ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଉକ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ରେଷ୍ଠ ଶ୍ୱେଚ୍ଛାସେବୀ ପୁରସ୍କାର ମନିଷ ବାଘ (ଛାତ୍ର) ଏବଂ ରୀମା ଦେହୁରୀ (ଛାତ୍ରୀ)ଙ୍କୁ ପ୍ରଦାନ କରାଯାଇଥିବା ବେଲେ ସଂଗୀତ ପ୍ରତିଯୋଗୀତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ପ୍ରଥମ ନିକି ବାଘ, ଦ୍ୱିତୀୟ ଜ୍ୟୋତିମୟୀ ମାହାନା, ତୃତୀୟ ରୀମ ଦେହୁରୀ ଏବଂ ନାଚରେ ପ୍ରଥମ ଅଙ୍କିତା ମିର୍ଧା, ଦ୍ଵିତୀୟ ସରସ୍ବତୀ ମୁଣ୍ଡା, ତୃତୀୟ ନିରୁପମା ନାୟକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଜମନକିରା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ମନ ମହୋନ ଜୟ ବିକାଶ ବାଘ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉଦଜାପନୀ ଦିବସରେ ଅଧ୍ୟାପକ ନିରଞ୍ଜନ ମହକୁଳ, ସୁରଥ ସାହୁ, ସିଦ୍ଧାନ୍ତ ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀ ପ୍ରବିର କୁମାର ନାୟକ, ଅଜୟ ସାହୁ, ସୀତାକାନ୍ତ କୁମୁରା ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ | ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ