Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରୀଡା କ୍ଷେତ୍ରରେ ରାଜ୍ୟର ଆଉ ଏକ ସଫଳତା; ଆଜି ଅତ୍ୟାଧୁନିକ ଟେନିସ କୋର୍ଟ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କ୍ରୀଡା କ୍ଷେତ୍ରରେ ସକ୍ରିୟ ରାଜ୍ୟ। ଆଜି ଆଉ ଏକ ଇତିହାସ ରଚିବ ଓଡ଼ିଶା। କ୍ରୀଡା କ୍ଷେତ୍ରରେ ଚଢିବ ଆଉ ଏକ ପାହାଚ। ସବୁ କ୍ଷେତ୍ରରେ ଓଡ଼ିଶା ଏବେ ନିଜର ମୁଳଦୁଆ ମଜଭୁତ୍‌ କରୁଥିବା ବେଳେ କ୍ରୀଡା କ୍ଷେତ୍ରରେ ଯୋଡିବ ଆଉ ଏକ ନୂଆ ଫର୍ଦ୍ଦ। ରାଜ୍ୟରେ ହେବ ଜାତୀୟ ସ୍ତରୀୟ ଅତ୍ୟାଧୁନିକ ଟେନିସ୍‌ କୋର୍ଟ। ଭାରତୀୟ ଟେନିସ ଭିତ୍ତିଭୂମିର ସର୍ବ‌ଶ୍ରେଷ୍ଠ ରାଜ୍ୟ ହେବ ଓଡ଼ିଶା।

ଆଜି ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିବେ। ଏହି ଷ୍ଟାଡିୟମରେ ଏକାସାଙ୍ଗେ ୧୫ ଶହ ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

ଏହାସହିତ ଷ୍ଟାଡିୟମ ଭିତରେ କନଫରେନ୍ସ ରୁମ୍, ଲାଉଂଜ, ମେଡିକାଲ ରୁମ୍‌, ଟୁର୍ଣ୍ଣାମେଣ୍ଟ ‌ଡାଇରେକ୍ଟର ରୁମ୍‌, ବ୍ରଡକାଷ୍ଟ ରୁମ୍‌, ମିଡିଆ ସେଣ୍ଟର, ଡ୍ରେସିଂ ରୁମ୍‌ ରହିଛି।

ଆଗକୁ ହେବାକୁ ଥିବା ଏସିଆନ୍‌ ଟେନିସ ଚାମ୍ପୟିନସିପ୍‌ ଏହି ନୂଆ ଷ୍ଟାଡିୟମ୍‌ରେ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି। ଆସନ୍ତା ଏପ୍ରିଲ ୪ ତାରିଖରୁ ୧୪ ଯାଏ ଏହି ପ୍ରତିଯୋଗିତା ଚାଲିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ