Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ତହସିଲ ରେ ଯୋଗଦେଲେ ନୂତନ ତହସିଲଦାର।

କୋକସରା:୨୭/୧୦ କୋକସରା ବ୍ଲକ ତହସିଲ କାର୍ଯ୍ୟାଳୟ ରେ ନୂତନ ତହସିଲଦାର ଭାବେ ନବୀନ କିଶୋର ପାଢ଼ୀ ଯୋଗ ଦେଇଛନ୍ତି। ସେ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପୂର୍ବରୁ ସେ ସୋନପୁର ତହସିଲଦାର ରହିଥିଲେ, କୋକସରା ରେ ପୂର୍ବରୁ ଥିବା ତହସିଲଦାର ଦେବବ୍ରତ କରାଟି ଙ୍କୁ ସେମିଳିଗୁଡା କୁ ବଦଳି ହେବାପରେ ସେ ଯୋଗ ଦେଇଛନ୍ତି। ତାଙ୍କୁ ତହସିଲ କାର୍ଯ୍ୟାଳୟ ରେ ଅତିରିକ୍ତ ତହସିଲଦାର ସମେତ କର୍ମଚାରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସର ରେ ଯୋଗଦେଇଥିବା ତହସିଲଦାର ଶ୍ରୀ ପାଢ଼ୀ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।