Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣା ରେ ଦୁଇ ଗୁରୁତର ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ବ୍ଲକ ଉପାଧ୍ୟକ୍ଷ।

କୋକସରା:୨୭/୧୦ ଦଶହରା ରୁ ଗୁରୁବାର ରାତିରେ ଫେରୁଥିବା ବେଳେ କୋକସରା ବ୍ଲକ ମୁଣ୍ଡୁରା ବାହିଲି ରୁ ଲଡୁଗାଁ ରାସ୍ତାରେ ଦୁର୍ଘଟଣାରେ ଦୁଇ ଗୁରୁତର ଙ୍କୁ ଉଦ୍ଧାର କରି ମାନବିକତା ଦେଖାଇଲେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କୌଣସି ଅଜଣା ବାଇକ ଦୁଇ ଯୁବକ ଙ୍କୁ ଧକ୍କା ଦେଇ ଫେରାର ମାରିଥିବା ବେଳେ ରାସ୍ତା ରେ ଅଧରାତି ରେ ପଡି ଗୁରୁତର ଅବସ୍ଥାରେ ଛଟପଟ ହେଉଥିଲେ, ସେହି ରାସ୍ତା ଦେଇ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଘର କୁ ଫେରୁଥିବା ବେଳେ ଦୁର୍ଘଟଣା ରେ ଗୁରୁତର ଯୁବକ ଦ୍ୱୟ ଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିବା ସହ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଭବାନୀପାଟଣା କୁ ସ୍ଥାନାନ୍ତର କରିବାରେ ସହଯୋଗ କରିଥିଲେ।ତାଙ୍କ ସହ ରବି ନାରାୟଣ ଦାସ, ବିରେନ୍ଦ୍ର ଦାସ ଓ ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।