Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜବ ଛେଳିଛୁଆ ଜନ୍ମ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବୁଦ୍ରୁକିଆ ପଞ୍ଚାୟତର ଚି଼ଙ୍ଗିରିଗାଁ ନିକଟ ପେନାକେତାରେ ରହୁଥିବା ସୁରତ ଭୋଇ ନାମ ଜଣେ ବ୍ୟକ୍ତି ବହୁତ ଗୁଡାଏ ଛେଳି ପାଳନ କରୁଥିବା ବେଳେ ଶୁକ୍ରବାର ଦିନ ଅପରାହ୍ନରେ ଗୋଟିଏ ଛେଳି ଏକ ଛୁଆ ଜନ୍ମ ଦେଇଥିଲା, ହେଲେ ତାହା ସାଧାରଣ ଛେଳି ଛୁଆ ଠାରୁ ସମ୍ପୂର୍ଣ୍ଣ ଅଲଗା ଦେଖାଯାଉଥିବା ଦେଖି ଖବର ବାହାରକୁ ଆସିବା ପରେ ବହୁ ଯୁବପିଢ଼ି ସୁରତ ଘରେ ଛେଳି ଛୁଆ ଦେଖିବାକୁ ଭିଡ ଲଗାଇଥିବା ଦେଖିବାକୁ ମିଳିଛି l ସୁରତଙ୍କ କହିବାନୁଯାୟୀ ବହୁତ ଛେଳି ଛୁଆ ଜନ୍ମ ଦିଅନ୍ତି, କିନ୍ତୁ ଆଗରୁ କେବେ ଛୁଆ ଜନ୍ମ ହେବା ସଙ୍ଗେ ସଙ୍ଗେ ଦାନ୍ତ ବାହାରିବା ଓ ନାକ ଗୋଟିଏ ସହ ମୁଣ୍ଡ ଗୋଲ ଥିବା ଦେଖିନଥିବା ବେଳେ ଜିଭଟି ମଣିଷ ଭଳି ହୋଇଥିବା ସହ ପାଟି ବାହାରକୁ ବାହାରି ରହିଥିବା ପ୍ରଥମ ଦେଖିଛି l ସେଥିପାଇଁ ନିଜକୁ ଆଶ୍ଚର୍ଯ୍ୟ ଲାଗୁଥିବା ବେଳେ ଏ ଖବର ପାଇବା ପରେ ଆଖପାଖ ଲୋକେ ଦେଖିବାକୁ ଗହଳି କରୁଛନ୍ତି l