Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବରାତ୍ର ପୂଜାରେ ପୂର୍ଣ୍ଣିମା ହୋମ

ସମ୍ବଲପୁର :ଆଜି ଶାରଦୀୟ ନବରାତ୍ର ପୂଜାର ପୂର୍ଣ୍ଣିମା ହୋମ ରେ ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀ ଲକ୍ଷ୍ମୀକାନ୍ତ ସାହୁ ଓ ଧର୍ମପତ୍ନୀ ଶ୍ରୀମତୀ ଜ୍ୟୋସ୍ନାମୟୀ ସାହୁ କର୍ତ୍ତା ଦାଇତ୍ୱ ତୁଲାଇଥିଲେ। ତାଙ୍କ ସହିତ ସବ୍ୟସାଚୀ ସାହୁ ଓ ଧର୍ମପତ୍ନୀ ଶ୍ରୀମତୀ ଅନିତା ସାହୁ,ଶମ୍ଭୂ ପ୍ରସାଦ ପାଢ଼ୀ ଓ ଧର୍ମପତ୍ନୀ ଶ୍ରୀମତୀ ଇନ୍ଦ୍ରାଣୀ ପାଢୀ,ତାପସ ପରିଡ଼ା ଓ ଧର୍ମପତ୍ନୀ ନିରୁପମା ପରିଡ଼ା, ଶମ୍ଭୁ ସାହୁ ଓ ଧର୍ମପତ୍ନୀ ଶ୍ରୀମତୀ ନନ୍ଦିନୀ ସାହୁ ଓ ଅଜୟ ବାରିକ ଓ ଧର୍ମପତ୍ନୀ ସୁଜାତା ବାରିକ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ।ଏହି ହୋମ କାର୍ଯ୍ୟରେ ପଣ୍ଡିତ ଶ୍ରୀ ଜୟ ଗୋପାଳ ସୁଆର ସମ୍ପନ୍ନ କରିଥିଲେ ଓ ତାଙ୍କୁ ପଞ୍ଚାନନ ଦେହୁରୀ ସହଯୋଗ କରିଥିଲେ। ସନ୍ଧ୍ୟା ମହା ଆଳତୀ ପରେ ସଭାପତି ଶ୍ରୀ ଲକ୍ଷ୍ମୀକାନ୍ତ ସାହୁ ଓ ଧର୍ମପତ୍ନୀ ଶ୍ରୀମତୀ ଜ୍ୟୋସ୍ନାମୟୀ ସାହୁ ମହାଦୀପ ଓ ଧ୍ଵଜା ଧରି ମନ୍ଦିର ପରିକ୍ରମା କରି ପୂଜକ ପଞ୍ଚାନନ ଦେହୁରୀ ଙ୍କୁ ମନ୍ଦିର ଚୂଡାରେ ବାନ୍ଧିବା ପାଇଁ ପ୍ରଦାନ କଲେ, ତାଙ୍କୁ ଅଜୟ ବାରିକ ଓ ଅନ୍ତର୍ଯ୍ୟାମୀ କୁଦେଇ ସହଯୋଗ କରିଥିଲେ ଆଜିର ଧ୍ବଜାରୋହଣ ଉତ୍ସବ କୁ ତାପସ ପରିଡ଼ା,ଦିପକ ଭୁୟାଁ, ଘନଶ୍ୟାମ ସାହୁ, ସନ୍ତୋଷ ହୋତା, ସବ୍ୟସାଚୀ ସାହୁ, ଶମ୍ଭୁ ପ୍ରସାଦ ପାଢ଼ୀ,ଶ୍ୟାମ ବିଶ୍ବାଳ, ଜଗଦିଶ ବିଶ୍ବାଳ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ