Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଃଖ ଦେଉଛି ସମ୍ବଲପୁରର ସ୍ଵିରେଜ୍ ପ୍ରକଳ୍ପ !

ସମ୍ବଲପୁର:ସମ୍ବଲପୁର ସହରରେ ସରକାରୀ ବିଭାଗ ମାନଙ୍କ ମଧ୍ୟରେ ସମନ୍ଵୟର ଅଭାବ ଯୋଗୁଁ ଲୋକେ ପାଉଛନ୍ତି ଅକଥନୀୟ ଦୁଃଖ ଓ ବର୍ବାଦ୍ ହେଇଛି ସରକାରୀ ଅର୍ଥ । ରାସ୍ତା ତିଆରି ହେବା ପରେ ଜଳ ଯୋଗାଣ ପାଇପ୍ ବିଛା ପାଇଁ ରାସ୍ତା ଖୋଲା ଓ ପାଇପ୍ ବିଛା କାମ ସରିଲା ପରେ ରାସ୍ତା ମରାମତି କାମ ଅଧପନ୍ତିରିଆ ଛାଡ଼ି କି ଚାଲି ଯାଉଛନ୍ତି ଠିକାଦାର । ଠିକ୍ ସେଇ ଅବସ୍ଥା ସ୍ୱିରେଜ୍ କାମ ରେ ମଧ୍ୟ ପରିଲକ୍ଷିତ ହେଉଛି । ସ୍ଵିରେଜ ପାଇପ୍ ବିଛା ଓ ମେନ୍’ହୋଲ୍ ତିଆରି ପରେ ରାସ୍ତା ଖାଲଖମା ରେ ଭର୍ତ୍ତି । ସମସ୍ତ କାମ ରେ ବିଭାଗୀୟ କତୃପକ୍ଷ ଙ୍କ ଉଦାସୀନତା ପାଇଁ ଲାଭ ରେ ଠିକାଦାର ଓ ଦୁଃଖ କଷ୍ଟ ଯନ୍ତ୍ରଣା ରେ ସହରବାସୀ । ଏହାର ସ୍ପଷ୍ଟ ଉଦାହରଣ ହେଉଛି ବର୍ତ୍ତମାନ ର ସାଖିପଡ଼ା ମୁଖ୍ୟ ରାସ୍ତା ର ଅବସ୍ଥା ।
ବିଜେପି କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଆଣିଛନ୍ତି ଏଭଳି ଅଭିଯୋଗ।ସମ୍ବଲପୁର ସହର ର ପୁରୁଣା ଅଶୋକା ଟକିଜ୍ ଛକ ରୁ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ସାଖିପଡ଼ା ମୁଖ୍ୟ ରାସ୍ତା ବର୍ତ୍ତମାନ ପାଲଟିଛି ମରଣଯନ୍ତା । ଅଞ୍ଚଳ ରେ ବସବାସ କରୁଥିବା ହଜାର ହଜାର ଅଞ୍ଚଳବାସୀ ଙ୍କ ସମେତ ସହର ର ୩ ପ୍ରମୁଖ ସ୍କୁଲ ର ହଜାର ହଜାର ଛାତ୍ର ଛାତ୍ରୀ ଓ ସମ୍ବଲପୁର ସିଟି ରେଲ ଷ୍ଟେସନ ରୁ ଶହ ଶହ ଯାତ୍ରୀ ପ୍ରତେକ ଦିନ ଯିବା ଆସିବା କରନ୍ତି ଏହି ରାସ୍ତାରେ ।କିଛି ଦିନ ପୂର୍ବରୁ ଏହି ରାସ୍ତା ସହର ର ସବୁଠୁ ସୁନ୍ଦର ଓ ମଜଭୁତ ରାସ୍ତା ଥିଲା । କିନ୍ତୁ ଗତ କିଛି ମାସ ପୂର୍ବେ ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ୍ ଲାଇନ୍ ବିଛେଇବା କାମ ପାଇଁ ରାସ୍ତା ର ବାମ ପାର୍ଶ୍ୱ କୁ ବର୍ବାଦ କରି ଦେଇଥିଲେ ଓ ବର୍ତ୍ତମାନ ସ୍ଵିରେଜ୍ କାମ ପାଇଁ ରାସ୍ତା କୁ ଛାରଖାର କରି ଦେଇଛନ୍ତି । ରାସ୍ତା ରେ ପ୍ରାୟ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ଓ ଯାନବାହାନ ଚଳାଚଳ ସମୟ ରେ ବହୁତ ଧୂଳି ଉଡୁଛି । ଠିକାଦାର ଙ୍କ ମନୋମୁଖୀ କାର୍ଯ୍ୟ ଓ ଜିଲ୍ଲା ପ୍ରଶାସନ, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତାର କୁପରିଣତି ଭୋଗୁଛନ୍ତି ସହରବାସୀ।କାର୍ଯ୍ୟ କରିବା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା ଓ ନିମ୍ନମାନର କାମ ପାଇଁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ଯ ମିଳୁ ନାହିଁ ସୁଫଳ ।ଶ୍ରୀ ବକ୍ସିଙ୍କ ଅଭିଯୋଗ ହେଲା ଯେ,ବିକାଶ କାର୍ଯ୍ୟକୁ ଆମେ ବିରୋଧ କରୁ ନାହୁଁ କିନ୍ତୁ, ବିକାଶ କାର୍ଯ୍ୟ ସମ୍ପାଦନ ସମୟରେ ଲୋକଙ୍କ ସୁରକ୍ଷା, କାର୍ଯ୍ୟର ଗୁଣାତ୍ମକମାନ, ସରକାରୀ ଅର୍ଥର ସତଉପଯୋଗ ଓ ଅଞ୍ଚଳବାସୀଙ୍କ ପାଇଁ ଆନୁସଙ୍ଗିକ ଯାତାୟାତ ବ୍ୟବସ୍ଥାକୁ ଗୁରୁତ୍ବ ଦେବାର ଆବଶ୍ୟକତାକୁ ବିଭାଗୀୟ ଅଧିକାରୀ କାହିଁକି ଅଣଦେଖା କରୁଛନ୍ତି ? ତାହାହିଁ ଏବେ ବଡ ପ୍ରଶ୍ନ ପାଲଟିଥିବା ସେ ଅଭିଯୋଗ ଆଣୁ ପ୍ରଶାସନିକ ସ୍ଥାଣୁତା ଏହାର ଜ୍ୱଳନ୍ତ ଉଦାହରଣ ବୋଲି ପ୍ରମାଣିତ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ