Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବିଜେଡି ପକ୍ଷରୁ ମୋ ଓଡିଶା ନବୀନ ଓଡିଶା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କୋକସରା:୩୦/୧୦ ମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗସ୍ତ ଆସନ୍ତା ୧ ନଭେମ୍ବର କଳାହାଣ୍ଡି ପ୍ରତିଷ୍ଠା ଦିବସ ରେ ରହିଛି। ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପୂର୍ବରୁ ବିଜେଡି ନେତାମାନେ ନିର୍ବାଚନ ମଣ୍ଡଳୀ ସ୍ତରରେ ତୁହାକୁତୁହା ଦଲୀୟ କର୍ମକର୍ତ୍ତା ଙ୍କ ବୈଠକ କରି ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ରେ କେମିତି ନିର୍ବାଚନ ମଣ୍ଡଳୀ ରୁ ଅଧିକ ରୁ ଅଧିକ ସକ୍ରିୟ ଭୂମିକା ରହିବ ସେ ନେଇ ବୈଠକ ଜାରି ରହିଥିବା ବେଳେ ରବିବାର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ସଦର ମହକୁମାର ଧାନ ମଣ୍ଡି ରେ କୋକସରା ବ୍ଲକ ସଭାପତି ଶୁସାନ୍ତ ବେହେରା ଙ୍କ ସଭାପତିତ୍ୱ ରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ବିଧାୟକ ଧର୍ମଗଡ଼ ମୋୖଷଧି ବାଗ, ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ,ତ୍ରିନାଥ ବାଗ, ବୈଜୟନ୍ତି ପୁଝାରି, ବ୍ଲକ ନେତ୍ରୀ ଅଶୋକା ନାଏକ ଉପସ୍ଥିତ ରହି ୨୨ ବ୍ଲକ ର ସଭାପତି ଓ ଦଲୀୟ କର୍ମକର୍ତ୍ତା ଙ୍କ ସହ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କାର୍ଯ୍ୟକ୍ରମ ଓ ଆସନ୍ତା ୩ ତାରିଖରେ ବ୍ଲକ ମହୁକୁମା ରେ ଆମ ଓଡିଶା ନବୀନ ଓଡିଶା ଆୟୋଜନ ର ସୁପରିଚାଳନା ବିଷୟରେ ଆଲୋଚନା କରିଥିଲେ।