Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ମାନ ପୁରିଆଣି ଦଶରା ଅବସର ରେ ରେକର୍ଡ ଡ୍ୟାନ୍ସ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋକସରା:୩୦/୧୦ କୋକସରା ବ୍ଲକ କାଉଡୋଳା ପଂଚାୟତ କୁସୁମଖୁଣ୍ଟି ଗ୍ରାମରେ ମା ମାନ ପୁରିଆଣି ଦେବୀ ଙ୍କ ଦଶରା ପର୍ଵ ଅବସର ରେ ଗ୍ରାମ୍ୟ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ରାତିରେ ଅନୁଷ୍ଠିତ ରେକର୍ଡ ଡ୍ୟାନ୍ସ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସଭାପତି ମାନସିଂ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲନ ଯୋଗଦେଇ ଦଶରା ସମସ୍ତ ଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିଦେଉ ବୋଳି କହିଥିଲେ।ସମ୍ମାନିତ ଅତିଥି ଭାବେ କାଉଡୋଳା ସରପଞ୍ଚ ଦେବିସିଂ ତାଣ୍ଡି, ସମିତି ସଭ୍ୟା ବୈଦେହୀ ବେଶ୍ରା, ଅଵସର ପ୍ରାପ୍ତ ଶିକ୍ଷା ଅଧିକାରୀ ନିର୍ମଳ ପୂର୍ଣ୍ଣଚନ୍ଦ୍ର ନାଏକଉପସ୍ଥିତ ରହି ଦଶହରା ର ଶୁଭେଚ୍ଛା ଜଣାଇବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା କଳାକାର ଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠିତ ରେକର୍ଡ ଡ୍ୟାନ୍ସ କାର୍ଯ୍ୟକ୍ରମ ରେ ମୋଟ ୧୭ ଗୋଟି ଦଳ ଭାଗ ନେଇଥିଲେ। ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ କୁ ଅତିଥିମାନେ ପୁରସ୍କୃତ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମ କୁ ହେମନ୍ତ ନାଏକ, ଯୋଗିନ୍ଦ୍ର ନାଏକ, ଚୁଡାମଣି ଧ. ମାଝୀ, ଦାମୋଦର ପୁଝାରି, ଡମ୍ବରୁ ଧର ନାଏକ,ଜବାହାର ଲାଲ ନାଏକ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।