Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଂହିଓଷା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ କୋକସରା ବ୍ଲକ ଉପାଧ୍ୟକ୍ଷ।

କୋକସରା:୦୧/୧୧ କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ସର୍ଗିଗୁଡା ଗ୍ରାମ ପଟେଲ ପଡା ଠାରେ ଜଂହିଓଷା ଉପଲକ୍ଷେ ସୋମବାର ରାତିରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ର ସଭାପତି ମଣିରାମ ପଟେଲ ଙ୍କ ସଭାପତିତ୍ୱ ରେ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯୋଗଦେଇ ମଞ୍ଚ ଉଦଘାଟନ କରିବା ସହ ଅଞ୍ଚଳ ବାସୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଡ଼ହଗାଁ କୃଷି ସମବାୟ ସମିତିର ସଭାପତି ବ୍ରଜ ରାଜ ନାଏକ, ବିଜେଡି ପଂଚାୟତ ସଭାପତି ଲଳିତ କୁମାର ମିଶ୍ର, ଯୁବ ସମାଜସେବୀ ବିକାଶ ଅଗ୍ରୱାଲ, ରବି ନାରାୟଣ ଦାସ,କମିଟିର ସମ୍ପାଦକ ସତ୍ୟରାମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୋଟ ୨୪ ଗୋଟି ରେକର୍ଡ ଡ୍ୟାନ୍ସ ଦଳ ଭାଗ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। କାର୍ଯ୍ୟକ୍ରମ କୁ ଲଳିତ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସୁଜିତ ସିଂ ରାଜପୁତ, ଜୟନ୍ତ ପଟେଲ, ତ୍ରିଭୁବନ ସିଂ ରାଜପୁତ, ଯୁବରାଜ ନାଏକ, ଉମା ଶଙ୍କର ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।