Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେ ଏସ ଡବ୍ଲୁ ର ବେଆଇନ ବର୍ଜ୍ୟବସ୍ତୁ ପକାଇବାକୁ ଗ୍ରାମବାସୀ ଙ୍କ ବିରୋଧ। ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଠେଲକଲୋଇ ସ୍ଥିତ ଜେ ଏସ ଡବ୍ଲୁ ର ବେଆଇନ ବର୍ଜ୍ୟବସ୍ତୁ ପକାଇବାକୁ ବିଶଢ଼ୀହି ଗ୍ରାମବାସୀ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ରେଙ୍ଗାଲି ବ୍ଲକ ଘିଛାମୁରା ପଞ୍ଚାୟତ ଅନ୍ତର୍ଗତ ବିଷଡ଼ିହି ଗ୍ରାମରେ ଜମି ନେଇ ଠେଲକଲୋଇ ସ୍ଥିତ ଜେ ଏସ ଡବ୍ଲୁ କମ୍ପାନୀ ତାର ଯେତେ ବର୍ଜ୍ୟବସ୍ତୁ ପକାଉଛି। ଫଳରେ ଗ୍ରାମ ର ପୋଖରୀ , ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଗ୍ରାମବାସୀ ଜିଲ୍ଲାପାଳଙ୍କୁ କରିଥିବା ଅଭିଯୋଗ ଅନୁସାରେ ଗ୍ରାମର ପୋଖରୀ ନିକଟରେ କମ୍ପାନୀ ତାର ବର୍ଜ୍ୟବସ୍ତୁ ପକାଉଥିବାରୁ ପୋଖରୀ ପାଣି ରେ ବର୍ଜ୍ୟବସ୍ତୁ ମିଶି ପାଣିକୁ ଦୂଷିତ କରୁଛି। ଏହି ପାଣିକୁ ବ୍ୟବହାର କରି ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। କମ୍ପାନୀ ର ବର୍ଜ୍ୟବସ୍ତୁ ପରିଚାଳନା ଯୋଗୁଁ ଗାଁ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ରାସ୍ତା ରେ ପାଉଁଶ ଉଡୁଥିବାରୁ ଯିବାଆସିବାରେ ବହୁ ଅସୁବିଧା ହେଉଛି। ଗାଁ ର ଚାଷ ଜମି ଗୁଡିକ କମ୍ପାନୀ ର ବର୍ଜ୍ୟବସ୍ତୁ ପାଇଁ ପ୍ରଦୂଷିତ ହେଉଛି ଓ ଠିକ ଭାବରେ ଫସଲ ହେଉନାହିଁ। ଗ୍ରାମବାସୀ କମ୍ପାନୀ ଯେତେ ନେହୁରା ହେଲେ ମଧ୍ୟ କମ୍ପାନୀ କାହାରି କଥା ଶୁଣୁନାହିଁ। ଜିଲ୍ଲାପାଳ ଯଥା ଶୀଘ୍ର ଗ୍ରାମବାସୀଙ୍କ ସମସ୍ୟା ସମାଧାନ କରିବେ ବୋଲି ଗ୍ରାମବାସୀ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ