Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନ, ଏହି ସବୁ ଉପକୂଳ ଅଞ୍ଚଳରେ ୭ ମାସ ଯାଏ ମାଛ ଧରିବା ମନା

ଭୁବନେଶ୍ୱର: ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନ ପାଇଁ ଧାମରାରୁ ଦେବୀ ମୁହାଣ ଓ ଗହୀରମଥାରେ ମାଛଧରା ଉପରେ କଟକଣା ଜାରି କରାଯାଇଛି । ଅଲିଭ୍‌ ରିଡଲେଙ୍କ ସୁରକ୍ଷା ପାଇଁ ଆଜିଠାରୁ ୭ ମାସ ଲାଗି ସମୁଦ୍ରରୁ ମାଛ ଧରିବା ନେଇ କଟକଣା ଜାରି କରାଯାଇଛି। ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଆଗାମୀ ମେ’ ୩୧ ଯାଏଁ ମାଛ ନଧରିବା ପାଇଁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ଆଜିଠୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି ରହିଛି। ଅଲିଭ୍ ରିଡେଲ କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ମାସ ଧରି ମାଛଧରା ବୋଟ୍‌ ଓ ଟ୍ରଲର୍‌ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି । ୧୪୩୭ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଏବଂ ଧାମରା ମୁହାଣରୁ ଦେବୀ ମୁହାଣ ୧୬୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ମାଛଧରା ବୋଟ୍ ଓ ଟ୍ରଲର ଚଳାଚଳ କରିବ ନାହିଁ । ମାଛ ନଧରିବା ପାଇଁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ନଦୀ ମୁହାଣରେ ଶିବିର ଖୋଲାଯିବ। ଏହି ଶିବିରଗୁଡ଼ିକରେ ବନ ବିଭାଗର କର୍ମଚାରୀଙ୍କୁ ମୁତୟନ କରାଯିବ। ଏମାନେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଦାୟିତ୍ୱ ନେବେ। ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିରଳ କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍ ପୋଲିସ, ମତ୍ସ୍ୟ ବିଭାଗ ମିଳିତ ଭାବେ ପାଟ୍ରୋଲିଂ କରିବେ ।

ପ୍ରାୟ ୭ ମାସ ଯାଏଁ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ମାଛ ନଧରିବା ପରେ ସେମାନଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯିବ। ତେଣୁ ପ୍ରଶାସନ ତରଫରୁ ସଂପୃକ୍ତ ମତ୍ସଜୀବୀ ପରିବାରକୁ ଆର୍ଥିକ ସହଯୋଗ ଦିଆଯିବ ବୋଲି ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ