ବୁଢାରଜା ଦେବଙ୍କ ଦଶରା ପାଇଁ ପ୍ରଶାସନ ଓ ଜନ ପ୍ରତିନିଧି ଙ୍କ ସହ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କୋକସରା:୦୨/୧୧(ସନତ ପ୍ରଧାନୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଶେଷ ହେଲାପରେ ଜିଲ୍ଲାର ଶେଷ ଦଶରା ପ୍ରଭୁ ବୁଢ଼ାରଜା ଙ୍କ ଦଶର ଅନୁଷ୍ଠିତ ହୋଇଥାଏ। ଏହି ଦଶର ରେ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୁଏ। କୋକସରା ବ୍ଲକ ଆମପାଣି ଗ୍ରାମ ରେ ରହିଛି ଆରଧ୍ୟ ଦେବତା ପ୍ରଭୂ ବୁଢାରଜା ଦେବଙ୍କ ‘ପୀଠ। କୁମାର ପୂର୍ଣ୍ଣିମା ପରେ ପଡୁଥିବା ଶନିବାର ଦିନ ପ୍ରତିବର୍ଷ ବୁଢାରଜାଙ୍କ ଦଶରା ପର୍ବ ପାଲିତ ହୋଇଥାଏ । ଆସନ୍ତା ଶନିବାର ଦଶରା ଅନୁଷ୍ଠିତ ହେବ ତା ପୁର୍ବଦିନ ଶୁକ୍ରବାର ପୁଝାରୀଙ୍କ ଘରେ ଲାଠି ପୂଜନୋତ୍ସବ ହେବ। ଶନିବାର ସକାଳ ୭ ରୁ ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯିବ। ପୂର୍ବାହ୍ନ ୧୦ଟାରେ ବୁଢାରଜାଙ୍କ ଲାଠିଯାତ୍ରା ଆରମ୍ଭ ହେବ।ଲାଠି ବୁଢ଼ାରଜା ପୀଠରେ ପହଞ୍ଚିଲା ପରେ ଅପରାହ୍ନ ୩ ଟାରେ ଲାଖବିନ୍ଧା କାର୍ଯ୍ୟକ୍ରମ ହୋବାର ସୂଚନା ରହିଛି । ପରେ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତି ୧୦ଟା ରେ ଘୁମୁରା ଓ ନାଟକ ପ୍ରତିଯୋଗିତା ଆରମ୍ଭ ହେବ। ଏନେଇ ଗୁରୁବାର ବୁଢ଼ାରଜା ଦଶରା ସୁପରିଚାଳନା ପାଇଁ ମନ୍ଦିର ପୂଜା କମିଟି ସହ ପୋଲିସ ପ୍ରଶାସନ ,ଜନ ପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସହ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଆମପାଣି ଥାନା ଅଧିକାରୀ ଉଲ୍ଲାସ ରାଉତ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କେତନ ପାତ୍ର, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ଗଣମାଧ୍ୟମ ପ୍ରତିନିଧିମାନେ, ପୂଜା କମିଟିର ସଭାପତି କୁମୁଦ ଚନ୍ଦ୍ର ପୁଝାରୀ, ଉପ ସଭାପତି ତିଲୋତ୍ତମା ନାଏକ, ସାଧାରଣ ସମ୍ପାଦକ ନକୁଲ ବାଣୁଆ, କୋଷାଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା, ସମାଜସେବୀ ମନୋରଞ୍ଜନ ବାଣୁଆ,ସଦସ୍ୟ ବିଘ୍ନେଶ୍ୱର ନାଏକ,ମହେଶ୍ବର ପଟେଲ, ରାଜ କିଶୋର ପୂଜାରୀ,ବି. ଭାସ୍କର ରାଓ, ଦୟାନିଧି ନାଏକ, ଗୋବିନ୍ଦ ମାଝୀ,ରହସ୍ୟ ନାଏକ ଉପସ୍ଥିତ ଥିଲେ।