Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଲ୍ଲିପଡା ଠାରେ ମା ଦୁଆର ମୁଣ୍ଡିଆଣି ଙ୍କ ବାର୍ଷିକ ଦଶରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ।

କୋକସରା:୦୨/୧୧ କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଦରଲୀପଡା ଠାରେ ମା ଦୁଆର ମୁଣ୍ଡିଆଣି ଙ୍କ ବାର୍ଷିକ ଦଶରା ମା ଗଙ୍ଗାମାଇଁ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଦୁଇ ଦିନ ଧରି ଦଶର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ରାତିରେ ରେକର୍ଡ ଡ୍ୟାନ୍ସ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ବୁଧବାର ରାତିରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କମିଟିର ସଭାପତି ଭରତ ଚନ୍ଦ୍ର ଶବର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯୋଗଦେଇ ସମସ୍ତ ଙ୍କ ସୁଖ ଓ ସମୃଦ୍ଧି କାମନା କରିଥିଲେ। ମୁଖ୍ୟ ବକ୍ତା ରଘୁନାଥ ଖମାରି,ସମ୍ମାନିତ ଅତିଥି ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ, ସମିତି ସଭ୍ୟା ପାର୍ବତୀ ବାଗ, ଯାଦବ ସମାଜ ର ସଭାନେତ୍ରୀ ରଶ୍ମିରେଖା ରାଉତ, ନାଏବ ସରପଞ୍ଚ ଖଗେଶ୍ବର ବାଣୁଆ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଘୁମୁରା ପ୍ରତିଯୋଗିତା ରେ ବିଜେତା ଦଳ ଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କାର ରାଶି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ସମ୍ପାଦକ ମଣିରାମ ବାଣୁଆ, କୋଷାଧ୍ୟକ୍ଷ କବିର ବାଣୁଆ, ଆୟୋଜକ ସଭାପତି ଈଶ୍ୱର ବାଣୁଆ, ଶିଵ ପ୍ରସାଦ ବାଣୁଆ, ମଞ୍ଜିତ ମାଝୀ,ନିଳାମ୍ବର ବାଣୁଆ, ମଞ୍ଜିତ ପଟେଲ ସହଯୋଗ କରିଥିବା ବେଳେ ଖଗେଶ୍ବର ପାଣିଗ୍ରାହୀ ଓ କୁମୁଦ ଚନ୍ଦ୍ର ଚଣ୍ଡି ମଞ୍ଚ ଉପସ୍ଥାପନା କରିଥିଲେ।