Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଧ୍ୟକ୍ଷଙ୍କୁ ଭେଟନ୍ତୁ ଓ କ୍ଷମା ମାଗନ୍ତୁ, ରାଘବ ଚଡ୍ଡାଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କୁ ସୁପ୍ରିମକୋର୍ଟ ରାଜ୍ୟସଭାର ଅଧ୍ୟକ୍ଷଙ୍କୁ କ୍ଷମା ମାଗିବାକୁ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ଆପ୍ ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହା ପୂର୍ବରୁ ଉଚ୍ଚତମ ନ୍ୟାୟାଳୟ ସାଂସଦଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବନ ଉପରେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଚଡ୍ଡାଙ୍କୁ ମୌସୁମୀ ଅଧିବେଶନ ସମୟରେ ଅଗଷ୍ଟରେ ଗୃହରୁ ନିଲମ୍ବିତ କରାଯାଇଥିଲା।

ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ଆପ୍ ସାଂସଦଙ୍କ ଓକିଲଙ୍କ ବୟାନ ରେକର୍ଡ କରିଛନ୍ତି। ଚଡ୍ଡାଙ୍କ ଓକିଲ କହିଛନ୍ତି, ସାଂସଦଙ୍କ ଉଦ୍ଦେଶ୍ୟ ଗୃହର ଗାରିମାକୁ କ୍ଷୂର୍ଣ୍ଣ କରିବା ନ ଥିଲା। ଏହା ସହିତ ସେ କହିଛନ୍ତି, ଚଡ୍ଡା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସମୟ ମାଗି ନିସର୍ତ୍ତ କ୍ଷମା ମାଗିବେ।

ଗୃହରୁ ନିଲମ୍ବନ ବିରୁଦ୍ଧରେ ଆପ୍ ସାଂସଦ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହାକୁ ନେଇ ସୋମବାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଭାରତର ସିଜେଆଇ କହିଥିଲେ, ଆମେ ସ୍ଵରକୁ ସଂସଦ ବାହାରକୁ କେମିତି ନ ଯିବ ତାକୁ ନେଇ ସାବଧାନ ରହିବା ଉଚିତ୍। ମାମଲାରେ ତିନି ଜଣିଆ ଖଣ୍ଡପୀଠରେ ଜଷ୍ଟିସ ଜେବି ପାରଦିଓ୍ଵାଲା ଓ ଜଷ୍ଟିସ ମନୋଜ ମିଶ୍ର ସାମିଲ୍।