Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଥରେ ଆସିପାରେ ବିନାଶକାରୀ ଭୂକମ୍ପ, ପ୍ରସ୍ତୁତ ରୁହନ୍ତୁ; ବୈଜ୍ଞାନିକ ଦେଲେ ଚେତାବନୀ

ନୂଆପଡ଼ା: ନେପାଳରେ ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଭୂକମ୍ପରେ ୧୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିଲେ। ଅଧିକାରୀଙ୍କ ମତରେ ଏହି ବିନାଶକାରୀ ଭୂକମ୍ପରେ ମୃତକଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ଭୂମିକମ୍ପର ପ୍ରଭାବ ଦିଲ୍ଲୀ-ଏନସିଆର ସହିତ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ବିହାର ସମେତ ଅନେକ ପଡ଼ୋଶୀ ରାଜ୍ୟରେ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଅକ୍ଟୋବର ୩ ଓ ଅକ୍ଟୋବର ୧୫ ତାରିଖରେ ଦିଲ୍ଲୀ ଓ ଏନସିଆରରେ ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଥିଲା। ତେବେ ନେପାଳରେ ଏହା ଗୋଟିଏ ମାସ ଭିତରେ ତୃତୀୟ ଭୂମିକମ୍ପ।

ଏହା ମଧ୍ୟରେ ଭୂକମ୍ପ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ, ଲୋକଙ୍କୁ ଆହୁରି ସତର୍କ ଓ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି। ଭୂମିକମ୍ପ ପୁଣି ଥରେ ଶୀଘ୍ର ଆସିପାରେ। ଭୂକମ୍ପ ବିଜ୍ଞାନୀ ଅଜୟ ପଲଙ୍କ ଅନୁସାରେ ଶୁକ୍ରବାର ଭୂକମ୍ପର କେନ୍ଦ୍ରସ୍ଥଳ ଡୋଟି ଜିଲ୍ଲାରେ ଥିଲା। ଏହି ଅଞ୍ଚଳ ଅକ୍ଟୋବର ୩ରେ ଆସିଥିବା ଭୂକମ୍ପରେ ପ୍ରଭାବିତ ହୋଇଥିଲା। ତେଣୁ ବୈଜ୍ଞାନିକ ସତର୍କ କରାଇ ଆସିଛନ୍ତି।

ଏହା ପୂର୍ବରୁ ଅନେକ ବୈଜ୍ଞାନିକ ଭବିଷ୍ୟତବାଣୀ କହିଛନ୍ତି ଯେ, ହିମାଳୟ କ୍ଷେତ୍ରରେ କେଉଁ ସମୟରେ ବି ବଡ଼ ଭୂକମ୍ପ ଆସିପାରେ କାରଣ ଭାରତୀୟ ଟେକ୍ଟୋଟିନ ପ୍ଲେଟ୍ ଉତ୍ତର ଆଡ଼କୁ ବଢୁଥିବାରୁ ୟୁରୋଶିୟଲ ପ୍ଲେଟ୍ ସହିତ ସଂଘର୍ଷ କରୁଛି। ବୈଜ୍ଞାନିକ ଦାବି କରିଛନ୍ତି ଯେ, ପାଖାପାଖି ୪୦-୫୦ ମିଲିୟନ ବର୍ଷ ପୂର୍ବରୁ ଭାରତୀୟ ପ୍ଲେଟ୍ ୟୁରେଶିୟନ ପ୍ଲେଟ୍ ସହ ମାଡ଼ ହେବାରୁ ଭାରତ ମହାସାଗରର ଉତ୍ତରରେ ବଢିବାରୁ ହିମାଳୟର ନିର୍ମାଣ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ