Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ, ୬ ହଜାର ରୁ ଅଧିକ ମହିଳାଙ୍କ ସମାଗମ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଷଣ୍ଢପଥର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆଜି ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ବିଧାୟକ କିଶୋର ଚନ୍ଦ୍ର ନାଏକ, ଉନ୍ନୟନ ପରିଷଦ ଅଧ୍ୟକ୍ଷ ସୋଭାରାମ ପଧାନ, ଜିଲ୍ଲା ପରିଷଦ ଜୋନ୍ ୧ ସଭ୍ୟା ସୁଜାତା ଖୁଣ୍ଟିଆ, ଜୋନ୍ ୨ ସଭ୍ୟା ତନୟା ଧୂରୁଆ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଶ୍ରିତା ଭୋଇ ପ୍ରମୁଖ ଓଡ଼ିଶା ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ପ୍ରସାଶନ ମୂଖ୍ୟ ଏଡିଏମ୍ ପ୍ରଦୀପ ସାହୁ, ଜମନକିରା ବିଡ଼ିଓ ରୀନା ନାୟକ, ତହସିଲଦାର ହରେକୃଷ୍ଣ ବରିହା ସମେତ ସମସ୍ତ ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁପରିଚାଳନା ସହଯୋଗ କରିଥିଲେ। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଭିଡିଓ କନଫରେନ୍ସ ମାଧ୍ୟମରେ ୨୬୨ ପ୍ରକଳ୍ପ ପାଇଁ ମୋଟ ୧୦ କୋଟି ୫୦ ଲକ୍ଷ ଟଙ୍କାର ମଞ୍ଜୁରୀକୁ ଉପସ୍ଥିତ ଜନସାଧାରଣଙ୍କ ଠାରେ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜୀବିକା ମିଶନ ପକ୍ଷରୁ ଏସଏଚଜି ମହିଳା ମାନଙ୍କୁ ସମାବେଶରେ ଏକତ୍ରିତ ପାଇଁ ପ୍ରତ୍ୟକ୍ଷ ପରିଚାଳନା ର ଦାୟିତ୍ଵ ନିର୍ବାହ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିଲା। ବିଡ଼ିଓ ସୁଶ୍ରୀ ରୀନାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଏବଂ ନେତୃତ୍ୱ ଯୋଗୁଁ ୬ ହଜାର ରୁ ଅଧିକ ମହିଳାଙ୍କ ସମାଗମ ମାହୋଲ କୁ ବେଶ ଉତ୍ତଫୁଲ୍ଲିତ କରିଥିଲା। ଜମନକିରା ଥାନା ଅଧିକାରୀ ପଦ୍ମାଳୟା ସାହୁ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି କୁ ବେଶ ନିୟନ୍ତ୍ରଣ କରି ପାରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ