Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୁଲୁକିଲା ବୁଢ଼ାରଜା ମଞ୍ଚ।

କୋକସରା୦୫/୧୧(ସନତ କୁମାର ପ୍ରଧାନି) ଶନିବାର ବିଳମ୍ବିତ ରାତିରେ ଶେଷ ହୋଇଛି କୋକସରା ବ୍ଲକ ଆମପାଣି ଠାରେ ପ୍ରଭୁ ବୁଢ଼ାରଜା ଙ୍କ ଦଶରା ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରଭୁ ବୁଢ଼ାରଜା ଙ୍କ ପୀଠ ରେ ପୂଜାର୍ଚ୍ଚନା ସମାପନ ହେବାପରେ ସନ୍ଧ୍ୟାରେ ବୁଢ଼ାରଜା ସାଂସ୍କୃତିକ ମଞ୍ଚ ରେ ଅନୁଷ୍ଠିତ ହୋଇ ଯାଇଛି ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଲୋକ କଳାକାର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ।ଏହି ଅବସର ରେ ମଞ୍ଚ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକମୋୖ ଷ ଧି ବାଗ, ସମ୍ମାନିତ ଅତିଥି ଭାବେ କାଳିକୃଷ୍ଣ ସଙ୍ଘ ର ସ୍ୱାମୀ ଜଗତାନନ୍ଦ ମହାରାଜ ଯୋଗଦେଇ ପରମ୍ପରା ଓ ସଂସ୍କୃତି ର ମହା ମିଳନ ବୁଢ଼ାରଜା ଙ୍କ ଦଶରା ଆମ ନୂତନ ପିଢ଼ି କୁ ଭାଇଚାରା ର ବାର୍ତ୍ତା ଦେଉ ବୋଳି କହିଥିଲେ । ଅନ୍ୟତମ ଅତିଥୀ ଙ୍କ ମଧ୍ୟରେ ବିଜେପି ନେତା ଜନାର୍ଦ୍ଦନ ପଣ୍ଡା, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଯୁବନେତା ସୁଜିତ ମେହେର, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ଉପସ୍ଥିତ ଥିଲେ। ଏହି ଅବସର ରେ ଆଧ୍ୟାତ୍ମିକ ଗୁରୁ ପ୍ରବଚକ, କାଳିକୃଷ୍ଣ ସଙ୍ଘ ର ପରିଚାଳକ ସ୍ୱାମୀ ଜଗତାନନ୍ଦ ମହାରାଜ ଜି, ଘୁମୁରା ଗୁରୁ ଟଙ୍କଧର ନାଏକ, ନାଟ୍ୟଗୁରୁ ଚନ୍ଦ୍ରମଣି ହଂସ, ଲୋକନୃତ୍ୟ କଳାକାର ତିଲୋତ୍ତମା ନାଏକ,ନାଟ୍ୟକାର ରଥି ମାଝୀ, ବାଦ୍ୟକାର ଭୁବନେଶ୍ୱର ସୁନା ଓ ନାଟ୍ୟକାର ରାଜକିଶୋର ପଟେଲ ଙ୍କୁ ଉପସ୍ଥିତ ଅତିଥିମାନେ ମାନପତ୍ର ସହ ସମ୍ମାନିତ କରିଥିଲେ। ପରେ ମଞ୍ଚ ରେ ଲୋକ କଳାକାର ଙ୍କ ମନଲୋଭା ନୃତ୍ୟ ସମସ୍ତ ଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ପରେ କଳାହାଣ୍ଡି ର ବିରବାଦ୍ୟ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ଦର୍ଶକ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ କୁ ବୁଢ଼ାରଜା ପୂଜା କମିଟି ର କର୍ମକର୍ତ୍ତା ମାନେ ପରିଚାଳନା ରେ ସହଯୋଗ କରିଥିବା ବେଳେ ବୁଢ଼ାରଜା ମଞ୍ଚ କୁ ଜିତେନ୍ଦ୍ର ପଣ୍ଡା ସଂଯୋଜନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ