Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀରେ ନଭେମ୍ବର ୧୦ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ, ଷଷ୍ଠରୁ ଦ୍ଵାଦଶ ଯାଏ ଅନଲାଇନରେ ଚାଲିବ କ୍ଲାସ

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଫଳରେ ରାଜଧାନୀର ସ୍ଥିତି ଉଗବେଗଜକନ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କେଜରିଓ୍ଵାଲ ସରକାର ରାଜଧାନୀର ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ନଭେମ୍ବର ୧୦ ପର‌୍ୟ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଷଷ୍ଠରୁ ଦ୍ଵାଦଶ ଶ୍ରେଣୀ ପର‌୍ୟ୍ୟନ୍ତ ସ୍କୁଲ ପାଇଁ ଅନଲାଇନରେ କ୍ଲାସ କରିବାକୁ କୁହାଯାଇଛି।

ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଆତିଶି ରବିବାର ଟୁଇଟ୍ କରିଛନ୍ତି ଯେ, ବାୟୁ ପ୍ରଦୂଷଣର ସ୍ତର ସାଙ୍ଘାତିକ ସ୍ଥିତିରେ ଥିବାରୁ ଦିଲ୍ଲୀର ପ୍ରାଥମିକ ବିଦ୍ୟାଳୟ ନଭେମ୍ବର ୧୦ ପର‌୍ୟ୍ୟନ୍ତ ବନ୍ଦ କରାଯାଉଛି। ଷଷ୍ଠରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଅନଲାଇନରେ କ୍ଲାସ ନେବାର ବିକଳ୍ପ ଦିଆଯାଉଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ଲଗାତାର ଷଷ୍ଠ ଦିନରେ ବିଷାକ୍ତ ଧୂଆଁ ଛାଇ ରହିଛି। ଫଳରେ ବାୟୁ ଗୁଣବତ୍ତା ସୂଚକାଙ୍କ(ଏମକ୍ୟୁଆଇ) ଅତି ଗମ୍ଭୀର ଶ୍ରେଣୀରେ ପହଞ୍ଚି ଯାଇଛି। ଦିଲ୍ଲୀରେ ଶନିବାର ଅପରାହ୍ଣ ୪ଟାରେ ଏମକ୍ୟୁଆଇ ୪୧୫ ଥିଲା, ଯାହା ରବିବାର ସକାଳ ୭ଟାରେ ୪୬୦ରେ ପହଞ୍ଚି ଯାଇଛି।

ଏନସିଆରରେ ଏକ୍ୟୁଆଇ ୪୫୦ ଅତିକ୍ରମ କରିବା ପରେ କେନ୍ଦ୍ରର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଯୋଜନା ଲାଗୁ କରିବା ବାଧ୍ୟତାମୂଳକ, ଯାହାରି ଆଧାରରେ ବାୟୁ ପ୍ରଦୂଷଣ ବଢାଉଥିବା ଟ୍ରକ, ଚାରି ଚକିଆ ବାଣିଜ୍ୟିକ ବାହାନ ଓ ସବୁ ପ୍ରକାରର ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଯାଇଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୭ରୁ ନଭେମ୍ବର ୩ ମଧ୍ୟରେ ଦିଲ୍ଲୀର ଏକ୍ୟୁଆଇ ୨୦୦ରୁ ଅଧିକ ରହିଥିଲା, ଯାହା ପରବର୍ତ୍ତୀ ସମୟରେ ବଢି ଶୁକ୍ରବାର ଅତି ଗମ୍ଭୀର ଶ୍ରେଣୀରେ ପହଞ୍ଚି ଯାଇଛି। ଦିଲ୍ଲୀରେ ଶୁକ୍ରବାର ଗତ ୨୪ ଘଣ୍ଟାରେ ଏକ୍ୟୁଆଇ ୪୬୮ ରେକର୍ଡ କରାଯାଇଛି, ଯାହା ୨୦୨୧ ନଭେମ୍ବର ୧୨ରେ ରେକର୍ଡ ୪୭୧ ପରେ ଦ୍ଵିତୀୟ ସବୁଠୁ ପ୍ରଦୂଷିତ ଦିନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ