Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନାଲ ରେ ଭାଷି ବୃଦ୍ଧ ନିଖୋଜ, ଦମକଳ କର୍ମଚାରୀ ଙ୍କ ଉଦ୍ଧାର କାର୍ଯ୍ୟ ଜାରି।

କୋକସରା୦୫/୧୧ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ରେ ଭାଷି ଜଣେ ବୃଦ୍ଧ ନିଖୋଜ ହୋଇଥିବା ଜଣାପଡିଛି। ସୂଚନା ମତେ ଜୟପାଟଣା ବ୍ଲକ ଉଛୁଳା ପଞ୍ଚାୟତ ଲଡୁଗାଁ ନିକଟସ୍ଥ ଖଇରଭାଡ଼ି ଗ୍ରାମର ଭିକାରୀ ରାଉତ(୫୦) ରବିବାର ମଧ୍ୟାହ୍ନ ରେ ନିଜ ଚାଷଜମି ନିକଟରେ ଗାଈଗୋରୁ ଚରେଇ ଆସିଥିବା ସମୟରେ କେନାଲ କୁ ଗାଧେଇବା କୁ ଯାଇଥିବା ବେଳେ କେନାଲ ର ପ୍ରଖର ସ୍ରୋତ ରେ ଭାଷି ଯାଇଥିଲେ। ଚାଷଜମି ନିକଟରେ ଥିବା କିଛି ସ୍ଥାନୀୟ ଲୋକେ ଏହା ଦେଖି କୋକସରା ଦମକଳ କର୍ମଚାରୀ ଙ୍କୁ ଖବର ଦେବାପରେ ଦମକଳ କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରଖିଥିଲେ, ତେବେ ରାତି ହେବା କାରଣ ରୁ ଉଦ୍ଧାର କାର୍ଯ୍ୟ ଆସନ୍ତା କାଲି ସକାଳେ ପୁଣି କରାଯିବା ନେଇ ସୂଚନା ମିଳିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ନିଖୋଜ ବୃଦ୍ଧ ଙ୍କ କୌଣସି ସନ୍ଧାନ ମିଳିନାହିଁ।