Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋତୋମୁଣ୍ଡା ରେ ମା ସର୍ଵମଙ୍ଗଳା ଘାଟି ମୁଣ୍ଡିଆଣି ଦଣ୍ଡପାଟ ଦଶରା ମହୋତ୍ସବ ଆରମ୍ଭ।

କୋକସରା(ଆପ୍ର)୦୫/୧୧ ଧରା ପୃଷ୍ଠରେ ଏବେ ମା’ ବିଭିନ୍ନ ରୂପରେ ପୂଜା ପାଉଥିବା ବେଳେ ଆଦିବାସୀ ବହୁଳ ଅଞ୍ଚଳରେ ଦଶରା ପର୍ବର ନିଆରା ବାତାବରଣ ଦେଖିବାକୁ ମିଳିଥାଏ । କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳରେ ଥିବା ଗୋତୋମୁଣ୍ଡା ଠାରେ ଘାଟି ମୁଣ୍ଡିଆଣି ମା ସର୍ବମଙ୍ଗଳାଙ୍କ ବାର୍ଷିକ ଦଶରା ରବିବାର ଠାରୁ ଆରମ୍ଭ ହୋଇଛି।ଗୋତମୁଣ୍ଡା ଠାରେ ଦଶରା ଯାତ୍ରା ତିନିଦିନ ଧରି ମହା ସମାରୋହରେ ପାଳନ କରାଯିବା ପାଇଁ କମିଟି ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ରବିବାର ଦିନ ମା’ ଘାଟି ମୁଣ୍ଡିଆଣୀ ସର୍ବମଙ୍ଗଳାଙ୍କ ପୀଠରେ ଖଣ୍ଡାଧୁଆ ପରମ୍ପରା ରୀତିନୀତିରେ ସମାପନ ହୋଇଛି।ଗ୍ରାମର ପୁଝାରୀ ମନହର ପୁଝାରୀ ନିକଟସ୍ଥ ପୋଖରୀରୁ ମା’ଙ୍କ ଖଣ୍ଡାକୁ ବିଧି ମୁତାବକ ମାର୍ଜନା ପୂଜାର୍ଚ୍ଚନା ପରେ ପୋଖରୀ ପାଣିରେ ଧୋଇ ଅଣାଯାଏ । ଏହି ଖଣ୍ଡାଧୁଆ ପଟୁଆରରେ ଘଣ୍ଟଦଳ, ଘୁମୁରା ଦଳ ସମେତ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ବିଭିନ୍ନ ପ୍ରକାର ଆଦିବାସୀ ପରମ୍ପରା ବେଶଭୁଷା ନାଚି ଗାଇ ମା’ଙ୍କ ଖଣ୍ଡାକୁ ମୁଖ୍ୟ ମନ୍ଦିରକୁ ଅଣାଯାଏ । ଏହା ପରେ ଖଣ୍ଡା ସ୍ଥାପନ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଏହିସବୁ କାର୍ଯ୍ୟ ପରମ୍ପରା ଓ ରୀତିନୀତି ମୁତାବକ ସମାପନ ହୋଇଛି । ଖଣ୍ଡାଧୁଆ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ରାଜ୍ୟ ଓମଫେଡ଼ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ,ଧର୍ମଗଡ଼ ବିଧାନସଭା ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ଆଦିବାସୀ ଯୁବନେତା ଋତୁରାଜ ମାଝୀ, ସମାଜସେବୀ ଅର୍ଜୁନ ଅଗ୍ରୱାଲ, ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା,ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପୁଝାରି ,ନାଏବ ସରପଞ୍ଚ ପାର୍ଥବ ମାଝୀ ପ୍ରମୁଖ ସାମିଲ ହୋଇଥିଲେ। ପରେ ଦଶରା ସାଂସ୍କୃତିକ ମଞ୍ଚ କୁ ଉପସ୍ଥିତ ଅତିଥି ମାନେ ଉଦଘାଟନ କରିଥିଲେ।ଏହି ଅବସର ରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଦେବାଦେବୀ ଙ୍କ ପୂଜାର୍ଚ୍ଚନା ସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାନେଇ।ପୂଜା କମିଟି ପକ୍ଷରୁ କୁହାଯାଇଛି।ପୂଜା କମିଟି ସଭାପତି ହେମନ୍ତ ମାଝୀ, ପୁର୍ଣ୍ଣଚନ୍ଦ୍ର ନାଏକ, ବଳିଆର ସିଂ ମୋରେଇ,ତୁଲାରାମ ଗୋପାଳ,ଉପେନ୍ଦ୍ର ବାଗ, ପିଣ୍ଟୁ ନନ୍ଦ ମାଝୀ, ମୁକୁନ୍ଦ ନାଗେଶ , ନିରଞ୍ଜନ ବାଗ, ଭରତ ପୁଝାରି, ଭାରତ ଦୁର୍ଗା, ପାର୍ଥବ ମାଝୀ, ବଳରାମ ମାଝୀ,ଉପେନ୍ଦ୍ର ବାଗ,ରୋମାଞ୍ଚଳ ପୁଝାରି,ସୁବାସ ଖରସେଲ ପ୍ରମୁଖ ଦଶରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।