Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟପାଳଙ୍କୁ ଜନତା ନିର୍ବାଚିତ କରି ନାହାନ୍ତି, ଠିକ୍ ସମୟରେ କାହିଁକି ନିଷ୍ପତ୍ତି ନେଉ ନାହାନ୍ତି; ବିଲ୍ ଅଟକିବା ଉପରେ SCଙ୍କ କଠୋର ଆଭିମୁଖ୍ୟ

ନୂଆଦିଲ୍ଲୀ: ପଞ୍ଜାବ ସରକାରଙ୍କ ୭ ବିଲ୍ ଅଟକାଇ ରଖିବା ଅଭିଯୋଗରେ ସୁପ୍ରିମକୋର୍ଟ ସୋମବାର କଡ଼ା ଭର୍ତ୍ସନା କରି ରାଜ୍ୟପାଳଙ୍କଠୁ ଜବାବ ଲୋଡ଼ିଛନ୍ତି। ଅଦାଲତ କହିଛନ୍ତି, ଶୁକ୍ରବାର ପର୍ଯ୍ୟନ୍ତ ଆପଣ ଜଣାନ୍ତୁ ଯେ ସରକାରଙ୍କ ପକ୍ଷରୁ ପଠାଯାଇଥିବା ୭ ବିଧେୟକ ଉପରେ ଆପଣ କଣ ପଦକ୍ଷେପ ନେଇଛନ୍ତି। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, କଣ କେବଳ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଲେ ରାଜ୍ୟପାଳ କାମ ଆରମ୍ଭ କରିବେ। ସରକାର ଓ ରାଜ୍ୟପାଳଙ୍କୁ ନିଜ ବିବାଦକୁ ପରସ୍ପର ମଧ୍ୟରେ ଆଲୋଚନା କରି ସମାଧାନ କରିବା ଉଚିତ୍।

ଏହା ବ୍ୟତୀତ ପୀଠ କହିଛନ୍ତି, ରାଜ୍ୟପାଳଙ୍କୁ ବିଧେୟକକୁ ଫେରାଇ ନେବାର ଅଧିକାର ଥିଲେ ମଧ୍ୟ ଏହାକୁ ଅଟକାଇ ବସି ପାରିବେ ନାହିଁ। ରାଜ୍ୟପାଳ ନିର୍ବାଚିତ ସରକାରଙ୍କ ପରି ନୁହନ୍ତି । ତାଙ୍କୁ ଠିକ୍ ସମୟରେ ବିଧେୟକଙ୍କୁ ମଞ୍ଜୁରୀ ଦେବା କିମ୍ବା ଫେରାଇବାର ନିଷ୍ପତ୍ତି ନେବା ଉଚିତ୍। ପଞ୍ଜାବର ଆପ୍ ସରକାର ରାଜ୍ୟପାଳ ବନଓ୍ଵାରୀ ଲାଲ ପୁରୋହିତ ବିଧେୟକଗୁଡ଼ିକୁ ମଞ୍ଜୁରୀ ନ ଦେଇ ଅଟକାଇ ରଖିଛନ୍ତି। ବିଧେୟକଗୁଡ଼ିକୁ ଜୁନ ୪ରେ ପଠାଯାଇଥିବା ବେଳେ ୩ଟି ବିଧେୟକ ବିଧାନସଭାରେ ଉପସ୍ଥାପିତ ହେବା ପୂର୍ବରୁ ପଠାଯାଇଥିଲା।

ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଦିଓ୍ଵାଲା ଓ ମନୋଜ ମିଶ୍ରଙ୍କ ପୀଠ କହିଛନ୍ତି, ସମସ୍ତ ରାଜ୍ୟପାଳମାନଙ୍କୁ ଏହା ଉପରେ ବିଚାର କରିବା ଉଚିତ୍। ମନି ବିଲକୁ ରୋକିବା ପାଇଁ ଏକ ସମୟସୀମା ରହିଛି। ଗୃହରେ ବିଧେୟକ ପାରିତ ହେବା ପରେ ବି ସରକାରଙ୍କୁ କାହିଁକି ସୁପ୍ରିମକୋର୍ଟ ଆସିବାକୁ ପଡ଼ୁଛି। ଏମିତି ମାମଲାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଏକାଠି ବସି ସମାଧାନ କରିବା ଦେବା ଉଚିତ୍। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦ ତାରିଖ ଧାର‌୍ୟ୍ୟ କରାଯାଇଛି। ସେ ଯାଏ ରାଜ୍ୟପାଳଙ୍କୁ ବିଧେୟକକୁ କାହିଁକି ଅଟକାଇ ରଖିଛନ୍ତି ଏବଂ କଣ ପଦକ୍ଷେପ ନେଇଛନ୍ତି ତା ଉପରେ ଉତ୍ତର ଦେବାକୁ ପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ