Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଲୁ ଆକ୍ରମଣ ରେ ମହିଳା ମୃତ,ଜଙ୍ଗଲ ବିଭାଗ ର ଅବହେଳା କୁ ଦାୟୀ କଲେ ଗ୍ରାମବାସୀ।

କୋକସରା:୦୮/୧୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ପାତ୍ରବସା ଗ୍ରାମର ଜଣେ ମହିଳା ଗାଁ ମହିଳା ଭୋର ସମୟରେ ମା ଦେହ ଅସୁସ୍ଥ ଥିବାରୁ ଆମପାଣି ପଞ୍ଚାୟତ ପାତ୍ରବସା ଗାଁ ରୁ ବେହେରନସିଲ୍ ଯାଉଥିବା ବେଳେ ବରାଡଙ୍ଗା ଶିଉନି ରାସ୍ତା ନିକଟରେ ଏକ ଭାଲୁ ଆକ୍ରମଣ କରିଥିଲା, ମହିଳା ଙ୍କୁ ଭାଲୁ ମୁଣ୍ଡ ରେ ଓ ଦେହ ର ବିଭିନ୍ନ ସ୍ଥାନରେ ନଖ ରେ ରାମ୍ପି କ୍ଷତବିକ୍ଷତ କରିବା ଫଳରେ ଘଟଣାସ୍ଥଳରେ ମହିଳା ଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଙ୍କ ନାଁ ଭବାନୀ ବାଗ ବୋଳି ଜଣାପଡିଛି।ସକାଳେ ସ୍ଥାନୀୟ ଲୋକମାନେ ଦେଖି ଆମପାଣି ଜଙ୍ଗଲ କର୍ମଚାରୀ ଓ ଆମପାଣି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଆମପାଣି ଜଙ୍ଗଲ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇଛି। ଏନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ଙ୍କ ପ୍ରତିକ୍ରିୟା ନେବାରୁ ସରକାରୀ ନିୟମ ମୁତାବକ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି।ତେବେ ବିଗତ କିଛି ମାସ ତଳେ ଏହି ପଞ୍ଚାୟତ ର ତେତେଲପଡା ର ଜଣଙ୍କୁ ମଧ୍ୟ ଭାଲୁ ଆକ୍ରମଣ ରେ ଗୁରୁତର ହୋଇ ପରବର୍ତ୍ତୀ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣା ର ପୁଣି ପୁନାରୁବୃତ୍ତି ହୋଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲ ବିଭାଗ ର ଅବହେଳା କୁ ନେଇ ଅସନ୍ତୋଷ ଦେଖାଦେଇଛି।