Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଲରୁ ମୁକୁଳିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ

ଭୁବନେଶ୍ଵର:  ଭୁବନେଶ୍ୱର କୋର୍ଟରୁ ଜାମିନ ମିଳିବା ପରେ ଜେଲରୁ ମୁକୁଳିଛନ୍ତି ବିଶିଷ୍ଟ ସୂଚନା ଅଧିକାର କର୍ମୀ ତଥା ‘ମୋ ଦଳ’ର ମହାସଚିବ ପ୍ରଦୀପ ପ୍ରଧାନ। ଗତକାଲି ଜାମିନ ପରେ ଆଜି ସକାଳୁ ସେ ଜେଲରୁ ବାହାରିଛନ୍ତି। ଏହି ସମୟରେ ତାଙ୍କୁ ବହୁ ସୂଚନା ଅଧିକାର କର୍ମୀ ଓ ‘ମୋ ଦଳ’ର କର୍ମକର୍ତାମାନେ ସ୍ୱାଗତ କରିଛନ୍ତି|

ଗତ ୨୮ ତାରିଖ ରାତିରେ ଦୁଇ  ବର୍ଷ ପୁରୁଣା ଧାବିକା ଦୂତୀ ଚାନ୍ଦଙ୍କ ମାମଲାରେ ମହିଳା ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା। ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀକୁ ସେତେବେଳେ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ନେଇ ପୋଲିସର ଭୂମିକା ଉପରେ ମଧ୍ୟ ଆଙ୍ଗୁଳି ଉଠିଥିଲା। ଏହାକୁ ସାରା ରାଜ୍ୟରେ ସୂଚନା ଅଧିକାର କର୍ମୀମାନେ ବିରୋଧ କରି ତାଙ୍କର ମୁକ୍ତି ଦାବି କରିଥିଲେ।

ସବୁଠୁ ବଡ଼ କଥାଙ୍କୁ ତାଙ୍କୁ ସେତେବେଳେ ଗିରଫ କରାଗଲା ଯେତେବେଳେ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ ପ୍ରଦୀପ ପ୍ରଧାନ ‘ମୋ ଦଳ’ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହାର ୧୨ ଘଣ୍ଟା ନ ପୂରୁଣୁ ମହିଳା ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା। ପ୍ରଥମେ ୨ ବର୍ଷ ପୁରୁଣା ଧାବିକା ଦୂତୀ ଚାନ୍ଦଙ୍କ ମାମଲାରେ ତାଙ୍କୁ ଗିରଫ କରିଥିବା ଦର୍ଶାଇଥିଲା। ଗିରଫଦାରୀର ୨ ଦିନ ପରେ କ୍ୟାପିଟାଲ ଥାନା ପୋଲିସ ୧୪ ଟି ଦଫା ସହ ଆଉ ଏକ ମାମଲା ମଧ୍ୟ ରୁଜୁ କରିଥିଲା। ପୋଲିସର ଏମିତି କାର୍ଯ୍ୟକୁ ସବୁ ମହଲରେ ନିନ୍ଦା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ